News World Odisha
Current News Updates

କଟ୍ରିନାଙ୍କୁ ପ୍ରପୋଜ୍ କଲେ ଭିକ୍କି !

0 97

Get real time updates directly on you device, subscribe now.

ଇତି ମଧ୍ୟରେ ବଲିଉଡ୍‌ କୁଇନ୍‌ କ୍ୟାଟ୍ରିନା କୈଫକୁ ପ୍ରପୋଜ୍‌ କରିଛନ୍ତି ଅଭିନେତା ଭିକ୍କି କୌଶଲ । ଯାହାକୁ ଦେଖି ସଲମାନ ବେହୋସ୍‌ ହୋଇଯାଇଛନ୍ତି । ଏମିତି ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଦେଖିବା ପରେ ସଲମାନଙ୍କ ଫ୍ୟାନମାନେ ହସି ହସି ବେଦମ୍‌ ହୋଇଛନ୍ତି । କଥା ହେଉଛି ନିକଟରେ କରନ ଜୋହରଙ୍କ ଚାଟ୍‌ ଶୋ’କୁ ଆସିଥିଲେ କ୍ୟାଟ୍ରିନା। ସେଠି କରନ କ୍ୟାଟ୍ରିନାଙ୍କୁ ପ୍ରଶ୍ନ କରିଥିଲେ ସେ କେଉଁ ନୂଆ ଅଭିନେତାଙ୍କ ସହ  ଅଭିନୟ କରିବାକୁ ପସନ୍ଦ କରିବେ । ଉତ୍ତରରେ କ୍ୟାଟ୍ରିନା ଭିକ୍କିଙ୍କ ନାଁ ନେଇଥିଲେ। ପରେ କିନ୍ତୁ ଭିକ୍କି ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଥିଲେ କ୍ୟାଟ୍ରିନା ତାଙ୍କୁ ଚିହ୍ନିଛନ୍ତି ଜାଣି ଖୁସି ଲାଗିଲା। ନିକଟରେ ଏକ ଆଓ୍ବାର୍ଡ ସେରିମନିରେ କ୍ୟାଟ୍ରିନା ଓ ଭିକ୍କି ମଞ୍ଚ ଉପରେ ଥିବା ବେଳେ ସୁଯୋଗକୁ ହାତଛଡା ନ କରି ତୁରନ୍ତ ଭିକ୍କି କହିଥିଲେ, ‘ମୁଝସେ ସାଦି କରୋଗି’। ଏହା ଶୁଣି କ୍ୟାଟ୍ରିନା ହଡବଡେଇ ଯାଇଥିବା ବେଳେ ସଲମାନ କିନ୍ତୁ ବେହୋସ୍‌ ହୋଇଯାଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ବେଶ କିଛିଦିନ ହେବ କ୍ୟାଟ୍ରିନା ଓ ସଲମାନଙ୍କ ଯୋଡିକୁ ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଏହା ଅଧାରୁ ଭାଙ୍ଗି ଯାଇଥିଲା। ଏହାପରେ କ୍ୟାଟ୍ରିନାଙ୍କ ସହ ଯୋଡି ହୋଇଯାଇଥିଲେ ବଲିଉଡର ଚକ୍‌ଲେଟ ବୟ ରରବୀର କପୁର। ଏହା ବି ବେଶି ଦିନ ତିଷ୍ଠି ପାରିଲା ନାହିଁ। ଏବେ ପୁଣିଥରେ ସଲମାନଙ୍କ ପାଖକୁ ଫେରିଛନ୍ତି କ୍ୟାଟ୍ରିନା। ହେଲେ ଲଭ୍‌ ଆଫେୟାର୍ସକୁ ନେଇ ନୁହେଁ। ବରଂ ଦୁହେଁ ଏକାଠି ଅଭିନୟ କରୁଛନ୍ତି ବଲିଉଡ୍‌ ମୁଭି ‘ଭାରତ’ରେ। ଆଉ ତା’ଭିତରେ ଭିକ୍କିଙ୍କ ପ୍ରପୋଜାଲ୍‌ ବୋଧହୁଏ ଟିକେ ଅଡୁଆ ଲାଗିଛି ଭାଇଜାନଙ୍କୁ। 

Get real time updates directly on you device, subscribe now.

Comments
Loading...