News World Odisha
Current News Updates

କୁଲଦୀପଙ୍କ କମାଲ, ଫଲୋଅନ ନେଲା ଅଷ୍ଟ୍ରେଲିଆ

0 105

Get real time updates directly on you device, subscribe now.

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତଅଷ୍ଟ୍ରେଲିଆ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ କୁଲଦୀପ ଯାଦବଙ୍କ କମାଲ ଦେଖିବାକୁ ମିଳିଛି । ସେ ନିଜର ଚମତ୍କାର ବୋଲିଂ ବଳରେ ୫ ୱିକେଟ ଅକ୍ତିଆର କରି ସିଡନୀ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛନ୍ତି । ଫଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୩୦୦ ରନରେ ଅଲଆଉଟ ହୋଇଯାଇଛି

ମ୍ୟାଚର ପ୍ରଥମ ଦୁଇଦିନ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ଗ୍ରାଉଣ୍ଡକୁ ନିଜ କବଜାରେ ରଖିଥିବାବେଳେ ପରେ କଙ୍ଗାରୁ ଦଳକୁ ପାଣି ପିଆଇଥିଲେ ଭାରତୀୟ ବୋଲର । ଭାରତର କୁଲଦୀପ ଯାଦବ ୫ ୱିକେଟ ଅକ୍ତିଆର କରିଥିବାବେଳେ ମହମ୍ମଦ ସାମି ୨ଟି, ରବୀନ୍ଦ୍ର ଜାଡେଜା ୨ଟି ଓ ଯଶପ୍ରୀତ ବୁମରା ଗୋଟିଏ ୱିକେଟ ନେଇଛନ୍ତି । ଯାହା ଫଳରେ ଅଷ୍ଟ୍ରେଲିଆ ଫଲୋଅନ ନେବାକୁ ବାଧ୍ୟ ହୋଇଛି । ତେବେ ଖବର ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପୁଣି ବ୍ୟାଟିଂ କରି ବିନା ୱିକେଟରେ ୬ ରନ କରିଛି ।

ତେବେ ପ୍ରଥମ ପାଳିରେ ଭାରତ ୭ ୱିକେଟ ହରାଇ ୬୨୨ ରନ କରି ପାଳି ଘୋଷଣା କରିଥିଲା । ଜବାବରେ କଙ୍ଗାରୁ ଦଳ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ଅଧାରୁ କମ୍ ରନରେ ଅଲଆଉଟ ହୋଇଯାଇଛି  

Get real time updates directly on you device, subscribe now.

Comments
Loading...