News World Odisha
Current News Updates

ମନ୍ତବ୍ୟ ନେଲା ମନ୍ତ୍ରୀପଦ !

0 150

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନିମ୍ନ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରେ ଖଲାସ କରିଦେଇଛନ୍ତି  । ଏହି ରାୟ ଆସିବା ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ରାୟ ଠିକ୍ ଆସିଛି କହିବା ସହ ପିପିଲି ପୀଡିତାକୁ ଉଚିତ ନ୍ୟାୟ ମିଳିଛି ବୋଲି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ  । ଆଉ ତାପରେ ତେଜିଥିଲା ରାଜନୀତି  । ବିଭିନ୍ନ ମହିଳା ସଂଙ୍ଗଠନ ତରଫରୁ ମହାରଥୀଙ୍କ ଘର ଘେରାଉ କରିବା ସହିତ ଅଣ୍ଡା ମାଡ କରିଥିଲେ  । ତେବେ ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ପିପିଲି ପ୍ରସଙ୍ଗ ଉଠାଇବା ସହିତ ଓଡ଼ିଶାରେ ଝିଅମାନଙ୍କର ସୁରକ୍ଷା କାଠଗଡ଼ାରେ ଥିବା କହିଛନ୍ତି । ଏହାପରେ କଂଗ୍ରେସର ମୁଖପାତ୍ର ସତ୍ୟପ୍ରକାଶ ନାୟକ ମଧ୍ୟ ରାଜ୍ୟ ସରକାର ଉପରେ ବର୍ଷି ଥିଲେ । ଦୋଷୀଙ୍କୁ ସରକାର ପଣତକାନିରେ ଘୋଡେଇ ରଖୁଛନ୍ତି ବୋଲି କଂଗ୍ରେସ କହିଥିଲା  । ସବୁ ଦଳର ଦାବିରେ ଶେଷରେ ଇସ୍ତଫା ଦେଇଛନ୍ତି ମହାରଥୀ  ।

Get real time updates directly on you device, subscribe now.

Comments
Loading...