News World Odisha
Current News Updates

୫ ବର୍ଷ ପାଇଁ ପ୍ରସ୍ତୁତ ହେବ ଆର୍ଥିକ ଖସଡ଼ା

0 61

Get real time updates directly on you device, subscribe now.

ଆସନ୍ତା ୫ ବର୍ଷ ପାଇଁ ପ୍ରସ୍ତୁତ ହେବ ଆର୍ଥିକ ଯୋଜନାର ଖସଡ଼ା । ଓଡ଼ିଶା ପାଇଁ କେତେ ଅର୍ଥ ଆବଶ୍ୟକ, ସେନେଇ ରାଜ୍ୟ ସରକାର ଚିଠା ପ୍ରସ୍ତୁତ କରିବେ । ଓଡ଼ିଶା ଗସ୍ତରେ ଆସିଥିବା ପଞ୍ଚଦଶ ଅର୍ଥ କମିଶନଙ୍କ ଅଧ୍ୟକ୍ଷ ସ୍ପଷ୍ଟ କରିବେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ।  ୩ ଦିନ ଧରି ରାଜ୍ୟ ସରକାର ଓ ବିଭିନ୍ନ ସଂସ୍ଥା ସହ ସେ ଆଲୋଚନା କରିବେ ।…

ରାଜ୍ୟର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖସଡ଼ା ପ୍ରସ୍ତୁତ କରନ୍ତି ।  ୨୦୨୦-୨୫ ଆର୍ଥିକ ଯୋଜନାର ଖସଡା ପ୍ରସ୍ତୁତି ପାଇଁ ଓଡ଼ିଶା ଆସିଛନ୍ତି ପଞ୍ଚଦଶ ଅର୍ଥ କମିଶନଙ୍କ ଅଧ୍ୟକ୍ଷ ।  ୩ ଦିନିଆ ରହଣି କାଳରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟର ବିଭିନ୍ନ ମନ୍ତ୍ରୀ, ବିଭିନ୍ନ ଦଳର ନେତା, ଷ୍ଟେକ୍ ହୋଲ୍‌ଡର, ମ୍ୟୁନିସିପାଲିଟି ଏବଂ ଏନ୍‌ଏସି ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବେ । ରାଜ୍ୟ ସରକାରଙ୍କ ଦାବି ବିଚାର କରାଯିବ ବୋଲି ଅର୍ଥ କମିଶନ ଅଧ୍ୟକ୍ଷ କହିଛନ୍ତି ।

ରାଜ୍ୟର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବେ ଅଧ୍ୟକ୍ଷ ଓ ଅର୍ଥ କମିଶନଙ୍କ ସଦସ୍ୟ । ରାଜ୍ୟର ଉନ୍ନତି ପାଇଁ କେଉଁଠି କେନ୍ଦ୍ର ସରକାରଙ୍କ ଟଙ୍କା ଅଟକିଛି କି, ସେନେଇ ଆଲୋଚନା ହେବ ।  ୨୦୨୦-୨୫ ଆର୍ଥିକ ଯୋଜନା ପାଇଁ ରାଜ୍ୟ ସରକାର ଅର୍ଥ କମିଶନଙ୍କୁ ଦାବିପତ୍ର ଦେବେ । ପଞ୍ଚଦଶ ଅର୍ଥ କମିଶନଙ୍କ ଏହି ଗସ୍ତ ରାଜ୍ୟ ପାଇଁ ଫଳପ୍ରଦ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Comments
Loading...