News World Odisha
Current News Updates

ନିର୍ଦ୍ଧାରିତ ସମୟର ୨୦ ମିନିଟ୍‌ ପୂର୍ବରୁ ନ ପହଞ୍ଚିଲେ ଟ୍ରେନରେ ଯାତ୍ରା କରିପାରିବେନି

0 59

Get real time updates directly on you device, subscribe now.

ନୂଆ ବର୍ଷରୁ ନୂଆ ନିୟମ । ବିମାନ ବନ୍ଦର ଭଳି ଏବେ ରେଲୱେ ଷ୍ଟେଶନକୁ ମଧ୍ୟ ସିଲ୍‌ କରିଦେବାକୁ ଯୋଜନା କରିଛି ରେଲୱେ । ସୁରକ୍ଷା ଯାଞ୍ଚ ପାଇଁ ଯାତ୍ରୀ ଟ୍ରେନ୍‌ ଛାଡିବାର ନିର୍ଦ୍ଧାରିତ ସମୟ ଠାରୁ ୧୫-୨୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ। ନଚେତ୍  ଷ୍ଟେସନ୍ ସିଲ୍‌ କରି ଦିଆଯିବ। ଚଳିତ ମାସରେ ହେଉଥିବା କୁମ୍ଭମେଳା ପାଇଁ ପ୍ରଥମେ ଏହା ଆଲ୍ଲାହାବାଦ ଷ୍ଟେସନରେ କାର୍ଯ୍ୟକାରୀ କରାଯିବା ସହ ପରେ କର୍ଣ୍ଣାଟକର ହୁବଲି ଷ୍ଟେସନରେ ମଧ୍ୟ କାର୍ଯ୍ୟକାରୀ କରାଯିବାକୁ ଯୋଜନା କରାଯାଇଛି। କେବଳ ସେତିକି ନୁହେଁ ଅନ୍ୟ ୨୦୨ ଷ୍ଟେସନରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିବା ରେଲୱେ ପ୍ରୋଟେକ୍ସନ ଫୋର୍ସ ଡାଇରେକ୍ଟର ଜେନେରାଲ ଅରୁଣ କୁମାର କହିଛନ୍ତି।

Get real time updates directly on you device, subscribe now.

Comments
Loading...