News World Odisha
Current News Updates

ଇତିହାସ ରଚିଲା ଭାରତ: ୨-୧ରେ ବିଜୟ ହାସଲ କଲା ବିରାଟ ବାହିନୀ

ବର୍ଷା ପାଇଁ ଡ୍ର ହେଲା ସିଡ଼ନୀ ଟେଷ୍ଟ

0 103

ଇତିହାସ ରଚିଲା ଭାରତ। ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ। ୪ଟିକିଆ ସିରିଜରେ ୨-୧ରେ ବିଜୟ ହାସଲ କଲା ବିରାଟ ବାହିନୀ। ବର୍ଷା ଯୋଗୁଁ ସିଡନୀ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଡ୍ର ରହିଲା। ସିଡନୀ ଟେଷ୍ଟରେ ୧୯୩ରନ୍‌ କରି ଚେତେଶ୍ୱର ପୂଜାରା ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ର ଖିତାବ୍‌ ମଧ୍ୟ ପିନ୍ଧିଛନ୍ତି ପୂଜାରା। ପୂଜାରା ୪ଟିକିଆ ଟେଷ୍ଟ ସିରିଜ୍‌ରେ ୫୨୧ ରନ୍‌ କରିଛନ୍ତି। ଅନ୍ୟ ଏକ କୀର୍ତ୍ତିମାନ ରଚିଲେ ଭାରତୀୟ ଖେଳାଳି। ପନ୍ଥ ସାଜିଲେ ହିରୋ। ଅଷ୍ଟ୍ରେଲିଆରେ ସଫଳତାର ସହ କ୍ୟାରିୟର ଆରମ୍ଭ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି ମୟଙ୍କ ଅଗ୍ରଓ୍ଵାଲ୍‌ । ସିରିଜରେ ବୁମରା ୨୧ଟି ଓ୍ଵିକେଟ୍‌ ନେଇଛନ୍ତି।

Get real time updates directly on you device, subscribe now.

Comments
Loading...