News World Odisha
Current News Updates

ସମାବେଶରେ କେଉଁ ନେତା କଣ କହିଥିଲେ…

0 267

Get real time updates directly on you device, subscribe now.

କୃଷି ଓ କୃଷକଙ୍କ ପ୍ରସଙ୍ଗରେ ମଙ୍ଗଳବାର ଦିଲ୍ଲୀ ଦରବାରରେ ଗର୍ଜିଛି ବିଜେଡି । ଦିଲ୍ଲୀର ତାଲକୋଟରାରେ ଅନୁଷ୍ଠିତ ହୋଇଥିବା ଚାଷୀ ଅଧିକାର ସମାବେଶରେ କେନ୍ଦ୍ର ଉପରେ ବର୍ଷିଛନ୍ତି ରାଜ୍ୟର ବରିଷ୍ଠ ନେତୃବୃନ୍ଦ ।

ଓଡ଼ିଶାର ଚାଷ ଓ ଚାଷୀଙ୍କ ପ୍ରତି କେନ୍ଦ୍ରର ଟାଳଟୁଳ ମନୋଭାବ ବିରୋଧରେ ଦିଲ୍ଲୀରେ ଆଜି ସ୍ୱର ଉଠାଇଛି ବିଜେଡି । ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ର ଦେଇଥିବା ପ୍ରତିଶୃତିକୁ ମନେପକାଇ ଦେଇଛନ୍ତି ବିଜୁ ଜନତା ଦଳର ନେତା ।

 

ସେହିପରି ଓଡ଼ିଶାର ଚାଷୀଙ୍କ ସମସ୍ୟାକୁ ବୁଝିବାକୁ ୭ ମିନିଟର ସମୟ ପ୍ରଧାନମନ୍ତ୍ରୀ ଦେଇନଥିବାରୁ ଓଡ଼ିଶାରେ ୭ଟି ଆସନ ମଧ୍ୟ ପାଇବେ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ସମୀର ଦାସ

ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ କେନ୍ଦ୍ର ଉପରେ ନିଜର ନିଶାନା ସାଜିଛନ୍ତି । ଚାଷୀଙ୍କ ପେଟରେ କେନ୍ଦ୍ର ସରକାର କୁଠାରଘାତ କରିଛନ୍ତି ବୋଲି ଅଭିଯୋଗ କରି ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ ।

ବିମୁଦ୍ରୀକରଣ କ୍ଷୁଦ୍ର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା କହି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହା ସହ ଜିଏସଟି ଦ୍ୱାରା କିପରି ଚାଷୀଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡୁଛି ତାହା ମଧ୍ୟ କହିଥିଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ତେବେ ଚାଷୀଙ୍କ ଲାଗି ହୋଇଥିବା ସମସ୍ତ ଯୋଜନା ମଧ୍ୟରୁ ‘କାଳିଆ’ ଯୋଜନା ସବୁଠାରୁ ଭଲ ବୋଲି କହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ସାଂସଦ ଏ ୟୁ ସିଂହଦେଓ  ।

Get real time updates directly on you device, subscribe now.

Comments
Loading...