News World Odisha
Current News Updates

ତୃତୀୟ ମହଲାରୁ ତାଲକୋଟରା…

0 107

ଚାଷୀର ହକ ପାଇଁ ଦିଲ୍ଲୀରେ ହାଜର ହୋଇଥିଲା ବିଜେଡି  । କେନ୍ଦ୍ର କାନରେ କୃଷକର କାନ୍ଦ ଶୁଣାଇବାକୁ କାଲିଠୁ ଡେରା ପକାଇଥିଲା ବିଜେଡି  । ଦିଲ୍ଲୀ ଦରବାରରେ ଚାଷୀଙ୍କ ଅଧିକାର ନେଇ ଦମ ଦେଖାଇଥିଲେ ବିଜେଡି କର୍ମୀ ଓ ଖୋଦ ବିଜେଡି ମୁଖିଆ ନବୀନ ପଟ୍ଟନାୟକ  । ଗେରୁଆ ଗଡ଼ରେ ଛିଡ଼ା ହୋଇ ନବୀନ ଚଷା ପୁଅର ହକ ମାଗିଥିଲେ  । ପ୍ରତିଶୃତି ଦେଇ ପାଶୋରି ଦେଇଥିବା ବିଜେପିକୁ ନିଜ ଦେଇଥିବା କଥା ମନେପକାଇ ଦେଇଥିଲେ ନବୀନ । ୨୦୧୪ରେ ବିଜେପି କ୍ଷମତାକୁ ଆସିବା ଆଗରୁ ଧାନର ଏମଏସପି ବୃଦ୍ଧି ପାଇଁ କହିଥିଲା ହେଲେ କ୍ଷମତାକୁ ଆସିବା ପରେ ବିଜେପି ପ୍ରତିଶୃତି ପାଳିନି ଯେଉଁଥି ପାଇଁ ଆମେ ଆଜି ଦିଲ୍ଲୀ ଆସିଛୁ ବୋଲି ନବୀନ କହିଥିଲେ  । ଦାବି ପୂରଣ ନହେବା ଯାଏଁ ଚାଷୀଙ୍କ ପାଇଁ ଆମର ଏ ଲଢ଼େଇ ଜାରି ରହିବ ବୋଲି ନବୀନ କହି କେନ୍ଦ୍ରକୁ ଆହ୍ୱାନ ଦେଇଥିଲେ  ।

ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା କେନ୍ଦ୍ରର ଦାୟିତ୍ବ  । ଏଥିରୁ କେନ୍ଦ୍ର ଖସିଯାି ପାରିବନି ବୋଲି ନବୀନ କହି କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ତେବେ ସମାବେଶରେ ନବୀନ ଫିନାନସିଆଲ ଅଟୋନମି ମିଳିଥିଲେ ଆମକୁ ଦିଲ୍ଲୀ ଆସିବାକୁ ପଡ଼ିନଥାନ୍ତା କହି ଚାଷୀଙ୍କ ପାଇଁ କେତେ ଚିନ୍ତା କରନ୍ତି ତାହା କେନ୍ଦ୍ରକୁ ଜଣାଇଥିଲେ  । ଚାଷୀ ଭାଇର ହକ ପାଇଁ ଆମେ ଏକାଠି ହୋଇଛେ । ଚାଷୀ ଭାରତୀୟ ଅର୍ଥନୀତିର ଆତ୍ମା । ଚାଷୀର ଉନ୍ନତି ହେଲେ ଅର୍ଥନୀତିର ଉନ୍ନତି ହେବ ବୋଲି ନବୀନ କହିଥିଲେ  ।

ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ଜୟ ଜଗନ୍ନାଥ କହି ନବୀନ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ  । ଏଥିସହ ରାଜ୍ୟର ଚାଷୀକୂଳ ପାଇଁ ରାଜ୍ୟ ସରକାର କାଳିଆ ନାମକ ପ୍ରଗତିଶୀଳ କାର୍ଯ୍ୟକ୍ରମ  ଘୋଷଣା କରିଛନ୍ତି  । ଏହା ଦ୍ବାରା ରାଜ୍ୟର ୯୨ ପ୍ରତିଶତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇ ପାରିବ  । କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନୁହେଁ ସେମାନଙ୍କ ସମେତ ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ମଧ୍ୟ ଏହି ସହାୟତା ମିଳିପାରିବ ବୋଲି ନବୀନ କହିଛନ୍ତି  । ଉକ୍ତ ଯୋଜନାରେ ୧୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ  ।

ଓଡ଼ିଶା ସରକାର ଚାଷୀଙ୍କ ପାଇଁ ସଦା ଜାଗ୍ରତ ଥିବା ନବୀନ ସମାବେଶରେ କହିଥିଲେ ଆଉ କାଳିଆ ଯୋଜନାର ଉଦାହରଣ ବି ଦେଇଥିଲେ  । କାଳିଆ ଯୋଜନାରେ ସରକାର ଚାଷୀ ପରିବାରକୁ ସହାୟତା ଯୋଗାଇ ଦେଇଥିବା ବେଳେ ମତ୍ସ ଓ ପଶୁ ପାଳନ ପାଇଁ ଅଳ୍ପ ସୁଧରେ ଋଣ ନେବାକୁ ଘୋଷଣା କରିଥିବା କଥା କହିଥିଲେ  ।

ସମାବେଶରେ ନବୀନ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବା ପୂର୍ବରୁ ମଞ୍ଚରେ ଏକ ଭାବପ୍ରବଣତାର ଦୃଶ୍ୟ ଦେଖିବାକୁ ମିଳିଥିଲେ  । ଚାଷୀର ହକ ନେଇ ଦିଲ୍ଲୀ ଆସିଥିବା ନବୀନଙ୍କୁ ଧନ୍ୟବାଦ ଦେବାକୁ ମଞ୍ଚ ଉପରକୁ ଜଣେ ଯୁବକ ଭାବପ୍ରବଣତାରେ ଚଢ଼ିଯାଇଥିଲେ  । ଆଉ ନବୀନ ବି ତାଙ୍କ ଠାରୁ ଫୁଲତୋଡ଼ା ନେଇ ଯୁବକଙ୍କ ମନ ରଖିଥିଲେ  । ରାଜନୀତିର ଏ ମଞ୍ଚ ଉପରେ ଏ ଦୃଶ୍ୟ ବୟାନ କରୁଥିଲା ନବୀନଙ୍କ ସରଳତାକୁ   ।

ସମାବେଶରେ ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦଙ୍କ ସମେତ ବିଜେଡିର ବହୁ ଛାମୁଆ କର୍ମକର୍ତ୍ତା ସହ ବହୁ କୃଷକ ନେତା ଯୋଗ ଦେଇଥିଲେ  ।

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡିର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଇଥିଲେ  । ବିଜେପି ପ୍ରତିଶୃତି ପାଳି ନଥିବାରୁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇଥିବା ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଥିଲେ  ।

Get real time updates directly on you device, subscribe now.

Comments
Loading...