News World Odisha
Current News Updates

କ୍ୟାନ୍‌ସର କବଳରେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି

0 628

ବଲିଉଡ୍‌ ଦୁନିଆରେ ଏବେ ଯେମିତି ଖରାପ ସମୟ ଆସିଛି। ଜଣକ ପରେ ଜଣେ ସେଲିବ୍ରିଟି କ୍ୟାନ୍‌ସର ଭଳି ମାରାତ୍ମକ ରୋଗର ଶିକାର ହେଉଛନ୍ତି। ବଲିଉଡ୍‌ର ଫିଲ୍ମ ନିର୍ମାତା ରାକେଶ ରୋଶନ ଏବେ “squamous cell carcinoma of the throat” (throat cancer)ରେ ପୀଡିତ ବୋଲି ସୂଚନା ମିଳିଛି। ରାକେଶଙ୍କ ପୁଅ ହ୍ରିତିକ ରୋଶନ ସୋସିଆଲ ମିଡିଆ ମାଧ୍ୟମରେ ଏହା ଜଣାଇଛନ୍ତି। ଗଳା କ୍ୟାନସରରେ ପୀଡିତ ରାକେଶ ସର୍ଜରୀ ପାଇଁ ଯିବା ପୂର୍ବରୁ ଜିମ୍‌ ଆସି ୱାର୍କ ଆଉଟ୍‌ କରିଥିଲେ। ଏହି ସମୟରେ ପିତାଙ୍କ ସହ ଏକ ଫଟୋ ଓ ବାର୍ତ୍ତା ସେୟାର କରି ହ୍ରିତିକ କହିଛନ୍ତି ମୋ ପିତାଙ୍କ ଭଳି ଜଣେ ହିରୋ ଆମ ପରିବାରକୁ ମିଳିଥିବାରୁ ଆମେ ଗର୍ବିତ । ପିତାଙ୍କର ଗଳା କ୍ୟାନ୍‌ସର ପ୍ରଥମ ଅବସ୍ଥାରେ କିଛି ସପ୍ତାହ ପୂର୍ବରୁ ଚିହ୍ନଟ ହୋଇଛି ଓ ରାକେଶ ଏହାକୁ ନିର୍ଭୟରେ ସାମ୍ନା କରିଥିବାରୁ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା ରଖିଛନ୍ତି ପୁଅ ହ୍ରିତିକ। ସୂଚନାଯୋଗ୍ୟ, ନିକଟରେ ବଲିଉଡ୍‌ ନାୟିକା ସୋନାଲି ବେନ୍ଦ୍ରେ ନ୍ୟୁୟର୍କରେ ହାଇଗ୍ରେଡ଼ କ୍ୟାନସର ଚିକିତ୍ସା କରି ମୁମ୍ବାଇ ଫେରିଛନ୍ତି । ଆଉ ଅଭିନେତା ଇରଫାନ୍‌ ଖାଁ ଏବେ ବିଦେଶରେ କ୍ୟାନ୍‌ସରର ଚିକିତ୍ସା କରାଉଛନ୍ତି।

Get real time updates directly on you device, subscribe now.

Comments
Loading...