News World Odisha
Current News Updates

ଦାବି ମଞ୍ଚରେ ଦରଦୀ ଦୃଶ୍ୟ: ଫୁଲ ନେଲେ ହସି ଦେଲେ

0 8,498

Get real time updates directly on you device, subscribe now.

ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ତାଲକୋଟରା ସମାବେଶ ତାଳିମାଡ଼ରେ କମ୍ପୁଥିଲା । ନେତାମନ୍ତ୍ରୀଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଉଦବୋଧନ ଦେବାକୁ ଆମନ୍ତ୍ରଣ କରାଯାଉଥିଲା  । ମୁଖ୍ୟମନ୍ତ୍ରୀ ବି ସମାବେଶକୁ ସମ୍ବୋଧିତ କରିବାକୁ ପ୍ରସ୍ତୁତ ହେଉଥିଲେ  । ହଠାତ ହେଇ…ହେଇ…ଧର…ଧର ଶବ୍ଦ ଶୁଭିଲା  । ଆଉ ଆଖି ପିଛୁଳାକେ ମଞ୍ଚ ଉପରକୁ ଉଠି ଆସିଲେ ଜଣେ ଯୁବକ । ହାତରେ ଥିଲା ଫୁଲତୋଡ଼ା, ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଇ ଖୁସି ଜାହିର କରିବା । ନିଜ ଦାବି ଦିଲ୍ଲୀ ଦରବାରରେ ପହଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା  । ଏଇ ଉଦ୍ଦେଶ୍ୟ ନେଇ ନାକସିଧା ମଞ୍ଚ ଉପରକୁ ଉଠିଥିଲେ ସେହି ଯୁବକ । ତେବେ ମଞ୍ଚକୁ ଉଠୁ ଉଠୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀମାନେ ନବୀନଙ୍କ ପାଖକୁ ଯିବାକୁ ଯୁବକଙ୍କୁ ବାରଣ କରିଥିଲେ। ସେ ବି ଫେରି ଯାଉଥିଲେ, ହେଲେ ମୁଖ୍ୟମନ୍ତ୍ରୀ କିନ୍ତୁ ଯୁବକଙ୍କୁ ପାଖକୁ ଆସିବାକୁ ଇସାରା ଦେଇଥିଲେ । ବ୍ୟକ୍ତିଗତ ସୁରକ୍ଷା ଅଧିକାରୀମାନେ ଯୁବକଙ୍କୁ ତଳକୁ ଯିବାକୁ କହିବା ବେଳେ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିବା ସହ ଯୁବକଙ୍କୁ ତାଙ୍କ ପାଖକୁ ଛାଡ଼ିବାକୁ ବାରମ୍ବାର ହାତ ଠାରି କହୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସାରା ପାଇ ଯୁବକ ଜଣଙ୍କ ତାଙ୍କ ପାଖକୁ ଆସିଥିଲେ ଆଉ ଫୁଲତୋଡ଼ା ଦେଇ ନମସ୍କାର କରି ହସହସ ମୁହଁରେ ମଞ୍ଚ ତଳକୁ ଓହ୍ଲାଇ ଯାଇଥିଲେ।

ଆଜି ଦିଲ୍ଲୀରେ ଆୟୋଜିତ ଚାଷୀ ଅଧିକାର ସମାବେଶର ଏ ଦୃଶ୍ୟ ଥିଲା ଖୁବ୍ ଭାବପୂର୍ଣ୍ଣ। ରାଜନୀତିର ସଭାରେ ଏ ଥିଲା ଭାବପ୍ରବଣ ହେଲା ଭଳି ଚିତ୍ର ।  ନବୀନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା ଅଧିକାରୀ ହୁଏତ ତାଙ୍କ ଦାୟିତ୍ବ ତୁଲାଇ ଯୁବକଙ୍କୁ ମଂଚରୁ ଓହ୍ଲାଇ ଦେଇଥିଲେ । ହେଲେ ରାଜା କେବେ କଣ ପ୍ରଜାକୁ ବିରକ୍ତ ହୋଇ ପାରେ । ନେତା କଣ କେବେ ଜନତାକୁ ଦୂରେଇ ଦେଇପାରେ । ଏ ଦୃଶ୍ୟ ବୟାନ କରୁଥିଲା ନବୀନଙ୍କ ସରଳତାକୁ  ।

   ଅନେକ ସମୟରେ ବିରୋଧୀ ନବୀନଙ୍କୁ ନିଦା ବିଷ୍ଣୁ କହି ସମାଲୋଚନା କରନ୍ତି  । ଅଭିଯୋଗ ଆଣନ୍ତି ନବୀନ କୁଆଡ଼େ ଗରିବ ମାଆର ଗୁମୁରି କାନ୍ଦ ଆଉ ଭୋକିଲା ପେଟର ଭାଷା ବୁଝିପାରନ୍ତିନି । ହେଲେ ମଞ୍ଚର ଏ ଦୃଶ୍ୟ ଦେଖିଲା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ , ନବୀନ ବି ସାଧାରଣ ମଣିଷର ମନକଥା ପଢ଼ନ୍ତି, ତାଙ୍କ ହସଖୁସିରେ ହାତ ବଢ଼ାନ୍ତି  । ନବୀନ ବି କେନ୍ଦ୍ରାପଡ଼ାର କୁନିଝିଅ ସହ ସେଲଫି ନିଅନ୍ତି । ଶୋଷ ଲାଗିରେ ବାଟ ଅଟକି ରାସ୍ତାକଡ଼ରୁ ପଇଡ଼ ପିଅନ୍ତି ।

Get real time updates directly on you device, subscribe now.

Comments
Loading...