News World Odisha
Current News Updates

ନିକିତା ମୃତ୍ୟୁ ମିଷ୍ଟ୍ରି: ଲିଡ୍ ରେ ଲିପନ

0 488

ନିକିତା ମୃତ୍ୟୁ ରହସ୍ୟ ଉପରୁ ହଟୁଛି ପରଦା । ଛାତ ଉପରେ ସ୍ବାମୀଙ୍କ ସହ କୌଣସି କଥାରେ ବାଦ ବିବାଦ କରୁଥିବା  ବେଳେ ହଠାତ ଠେଲାପେଲାରେ ନିକିତା ଛାତ ଉପରୁ ତଳକୁ ଖସି ପଡ଼ିଥିବା କଟକ ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି । ତେବେ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ପରେ ଏବଂ ସ୍ବାମୀ ଲିପନଙ୍କ ବିରୁଦ୍ଧରେ ଯଥେଷ୍ଚ ପ୍ରମାଣ ମିଳିବାରୁ ପୋଲିସ ଲିପନଙ୍କୁ ଗିରଫ କରିଛି । ବାହାଘରର ୪ ମାସ ପରେ ନିକିତା ଓ ତାଙ୍କ ସ୍ୱାମୀ ଲିପୁନଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା । ନିକିତା ସ୍ୱାମୀଙ୍କୁ ଗିରଫ କରାଯାଇଛି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅଖିଳେଶ୍ୱର ସିଂ ।

ସୂଚନା ଅନୁଯାୟୀ, ନିକିତା, ଲିପନକୁ ପ୍ରେମ ବିବାହ କରିଥିବା ବେଳେ ବିବାହର ୭ ମାସ ପରେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା  । ଆଉ ତାପରେ ନିକିତା ଶାଶୁଘର ବଦଳରେ ନିଜ ବାପଘର କଟକ ମହାନଦୀ ବିହାରରେ ରହୁଥିଲେ  । ତେବେ ଶୁକ୍ରବାର ଲିପନ ନିକିତାକୁ ଛାତ ଉପରକୁ ଡାକି ନେଇଥିଲେ  । ପରେ ପାଟିତୁଣ୍ଡର ଶବ୍ଦ ଶୁଭିଥିଲା ଆଉ ତା ପରେ ଛାତ ଉପରୁ ନିକିତା ଖସିପଡ଼ିଥିବା ନିକିତାଙ୍କ ବାପା କହିଛନ୍ତି  ।

ତେବେ ଗତ ଶୁକ୍ରବାର ନିକିତାଙ୍କୁ ଗୁରୁତର ଅବସ୍ଥାରେ କଟକର ସିଡିଏର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା । କେମିତି ଓ କେଉଁ ପରିସ୍ଥିତିରେ ନିକିତା ଛାତରୁ ଖସି ପଡ଼ିଲେ, ତାକୁ ନେଇ ସସପେନ୍ସ ଲାଗି ରହିଥିଲା । ମୃତ୍ୟୁ ପରେ ପ୍ରଥମେ ପୋଲିସ୍‌ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ହେଲେ ଗତକାଲି ନିକିତାଙ୍କ ବାପା, ଲିଖିତ ଅଭିଯୋଗ କରିବା ପରେ ପୋଲିସ୍‌ ଆକ୍ସନ୍‌ ମୋଡକୁ ଆସିଥିଲା ।

Get real time updates directly on you device, subscribe now.

Comments
Loading...