News World Odisha
Current News Updates

ଶୀତର ମଜାନେଉଛନ୍ତି ପର୍ଯ୍ୟଟକ

0 317

ଖୋର୍ଦ୍ଧା ଅଟ୍ରି ଉଷ୍ମପ୍ରସ୍ରବଣରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ ପ୍ରାକୃତିକ ମନୋରମ ପରିବେଶ ଭିତରେ ରହିଥିବା ଏହି ପର୍ଯ୍ୟଟନ ସ୍ଥଳୀକୁ ଦୂର ଦୂରାନ୍ତରୁ ଆସୁଛନ୍ତି ଲୋକେ ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଥିବା ବେଳେ ଖୋର୍ଦ୍ଧା ଅଟ୍ରି ଉଷ୍ମପ୍ରସ୍ରବଣରେ ଜମୁଛି ଭିଡ ତେବେ ପିକ୍‌ନିକ୍‌ କରିବା ସହିତ ଜମୁଛି ଭୋଜିଭାତର ଆସର

ଦୂରଦୂରାନ୍ତରୁ ଏହି ସ୍ଥାନକୁ ଛୁଟିଆସୁଛନ୍ତି ପର୍ଯ୍ୟଟକ ମାନେ ପ୍ରାକୃତିକ ମନୋରମ ପରିବେଶ ଭିତରେ ଏହି ସ୍ଥାନ ରହିଥିବା ବେଳେ ତପ୍ତକୁଣ୍ଡ ରହିଛି ମୁଖ୍ୟ ଆକର୍ଷଣ ପ୍ରକୃତିର ମଜା ନେବା ସହିତ ତପ୍ତ ପାଣି ବୁଲିବାକୁ ଲୋକେ ବେଶ୍‌ ପସନ୍ଦ କରୁଛନ୍ତି ତା ସହିତ ଏହି ସ୍ଥାନରେ ଜମୁଛି ଭୋଜିଭାତର ଆସର ଏନେଇ ପ୍ରତିବର୍ଷ ଏହି ସମୟରେ ପର୍ଯ୍ୟଟକଙ୍କ ଗହଳି ଲାଗୁଛି

ତେବେ ପର୍ଯ୍ୟଟନ କ୍ଷେତ୍ରରେ ଏହି ସ୍ଥାନର ବେଶ ନାଁ ରହିଛି ଏବଂ ପରିବହନର ସମସ୍ତ ସୁବିଧା ମଧ୍ୟ ସେଠାରେ ରହିଛି ହେଲେ ପ୍ରଶାସନର ଅବହେଳା ଯୋଗୁ ଆସୁଥିବା ପର୍ଯ୍ୟଟକମାନେ ବେଶ ଅସୁବିଧା ଭୋଗୁଛନ୍ତି ରକ୍ଷଣାବେକ୍ଷଣ ଅଭାବରୁ ମାନସିକ କୁଣ୍ଡରୁ ନେଇ ଅସ୍ଥାୟୀ ସର୍କିଟ ହାଉସ ବି ଭାଙ୍ଗିରୁଜି ଗଲାଣି ଖାଲି ସେତିକି ନୁହେଁ ଏହି ସ୍ଥାନ ରାତିରେ ଅସାମଜିକଙ୍କ ଆଡ୍ଡାସ୍ଥଳୀ ବି ପାଲଟିଗଲାଣି ଆଗକୁ ମକର ସଂକ୍ରାନ୍ତି ଥିବା ବେଳେ ଏହି ସ୍ଥାନକୁ ଏବେଠାରୁ ଗୁରୁତ୍ୱ ଦିଆଯିବାକୁ ଦାବି କାରାଯାଇଛି

Get real time updates directly on you device, subscribe now.

Comments
Loading...