News World Odisha
Current News Updates

ଚାଷୀଙ୍କ ପାଇଁ ଦରଦର ଦିନଟିଏ

0 85

Get real time updates directly on you device, subscribe now.

ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ଭୋଟ୍ ହାତେଇବା ପାଇଁ ସବୁ ଦଳ ଚାଷ ଓ ଚାଷୀଙ୍କୁ କରିଛନ୍ତି ମୁଖ୍ୟ ପ୍ରସଙ୍ଗ । କୃଷକଙ୍କ ହକ୍‌ ପାଇଁ, ଅଧିକାର ପାଇଁ ଆଜି ଦିଲ୍ଲୀରେ ବିଜେଡି ଦେଉଛି ରଣ ହୁଙ୍କାର । ଆୟୋଜନ ହୋଇଛି କୃଷକ ଅଧିକାର ସମାବେଶ । ସନ୍ଧ୍ୟାରେ ଦଳର ୫୦ ଜଣିଆ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ । ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ ହୋଇ ନଥିବା ବିଜେଡି ଅଭିଯୋଗ କରିଛି । ତେଣୁ ଆଜି ଦିଲ୍ଲୀରେ ଧାରଣାରେ ବସିଛନ୍ତି ବିଜେଡି ନେତା ଓ କର୍ମୀ।

ବିଜେଡି ଦିଲ୍ଲୀରେ ଗର୍ଜିବା ବେଳେ ଭୁବନେଶ୍ୱରରେ ସମାନ ପ୍ରସଙ୍ଗରେ ବିଜେପି କରୁଛି ‘ଜବାବ ମାଗୁଛି ଓଡିଶା’ କାର୍ଯ୍ୟକ୍ରମ । ଭୁବନେଶ୍ୱରରେ ଚାଷ ଓ ଚାଷୀ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ବିଜେପି। ସଚିବାଳୟ ଘେରାଉ କରିବା ଉଦ୍ୟମ କରିଛି ବିଜେପି କିଶାନ ମୋର୍ଚ୍ଚା । ପ୍ରଥମ ବ୍ୟାରିକେଟ୍ ଭାଙ୍ଗି ସଚିବାଳୟ ମଧ୍ୟକୁ ଧସେଇ ପଶିଲେ ବିଜେପି କର୍ମୀ । ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି  ହୋଇଛନ୍ତି । ରାଜ୍ୟର ଧାନମଣ୍ଡି ଖୋଲିବା, କଟନି ଛଟନି ବାହାନାରେ ଚାଷୀଙ୍କୁ ଶୋଷଣ ବନ୍ଦ କରିବାକୁ ବିଜେପି ଦାବି କରିଛି। କେନ୍ଦ୍ର ସରକାର ଦେଉଥିବା ଧାନର ସହାୟକ ମୂଲ୍ୟ ୧୭୬୦ ଚାଷୀଙ୍କ ପାଖରେ ପହଁଚାଇବା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ବିଜପେି ।

କଂଗ୍ରେସ ଚାଷୀ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ କଡା ସମାଲୋଚନା କରିଛି । ଏହାସହ କଂଗ୍ରେସ ଭବନରୁ ରାଜଭବନ ଯାଏଁ ବିଶାଳ ଶୋଭାଯାତ୍ରା କରିଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି କଂଗ୍ରେସ ।

ଅନ୍ୟପଟେ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବା ଦାବିରେ ରାଜଭବନ ଆଗରେ ସତ୍ୟାଗ୍ରହ କରିଛି ନବନିର୍ମାଣ କୃଷକ ସଂଗଠନ । ୩୬ ଲକ୍ଷ ଚାଷୀଙ୍କୁ ଭତ୍ତା ମିଳିବା ନେଇ ଦାବି ଉଠାଇଛି ସଂଗଠନ।

ହଠାତ୍ ସବୁ ଦଳ କାହିଁକି ଚାଷୀ ପ୍ରୀତି ଦେଖାଉଛନ୍ତି ।  ତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାର ପ୍ରଭାବ ଆଗାମୀ ଦିନରେ ରାଜନୀତି ଉପରେ କଣ ପଡୁଛି,ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

 

 

Get real time updates directly on you device, subscribe now.

Comments
Loading...