News World Odisha
Current News Updates

ଆଜି ବଲାଙ୍ଗିରର ଶୁଲିଆ ଯାତ୍ରା

ରକ୍ତରଞ୍ଜିତ ହୋଇଛି ପ୍ରସିଦ୍ଧ ଶୁଲିଆ ପୀଠ

0 104

Get real time updates directly on you device, subscribe now.

ଆଜି ବଲାଙ୍ଗିରର ଶୁଲିଆ ଯାତ୍ରା । ପୁଣି ରକ୍ତରଞ୍ଜିତ ହେଲା ପ୍ରସିଦ୍ଧ ଶୁଲିଆ ପୀଠ । ସକାଳୁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ଖଇରଗୁଡା  ଗାଁର ବଡ ଖଳା ଓ ସାନ ଖଳାରେ ବଳି ପଡିଛି । ରକ୍ତରେ ଲାଲ୍‌ ହୋଇଛି କୁମୁରିଆ ଖଇରାଗୁଡ଼ା ପୀଠ। ଆଦିବାସୀ ପରମ୍ପରାର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ଗୋଟିଏ ଧଳା ଗଞ୍ଜା ଓ ପରେ ଛେଳି ବଳି ଦିଆଯାଇଛି। ପରେ ଭକ୍ତ ମାନେ ମାନସିକ କରି ଆଣିଥିବା ଛେଳି, କୁକୁଡା, ପାରା, ସହ ପୋଢ ବଳି ମଧ୍ୟ ଦିଆଯିବା ନେଇ ସୂଚନା ରହିଛି । ଦିନ ସାରା ୨ ଖଳାରେ ବଳି ଦିଆ ଯିବ ।

ଏ ବର୍ଷ ବଳି ପ୍ରଥା ବନ୍ଦ କରିବାକୁ ଶୁଲିଆ ଯାତ୍ରା କମିଟି ସହ ପ୍ରଶାସନର ବୈଠକ ବସିଥିଲା ହେଲେ କୌଣସି ସୁଫଳ ମିଳିନି । ଫଳରେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ମାନସିକ ବଳି ପଡିଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ  ୫ ପ୍ଲାଟୁନ ପୋଲିସ ଫୋର୍ସ, ୪ଜଣ ଡିଏସ୍ ପି, ଆଇଆଇସି ଓ ଆଡିସନାଲ ଏସପିଙ୍କୁ ମୁତୟନ କରାଯାଇଛି ।

Get real time updates directly on you device, subscribe now.

Comments
Loading...