News World Odisha
Current News Updates

ଶବ ଶୋଇଛି ଗୁଣି ଗଦିରେ…

0 372

Get real time updates directly on you device, subscribe now.

ଆଜି ବି ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରେ ମଣିଷ । ଅତ୍ୟାଧୁନିକ ଯୁଗରେ ବି ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛି ଅନ୍ଧ ମଣିଷ । ଏ ଅନ୍ଧବିଶ୍ୱାସ ଏତେ ଭୟଙ୍କର ରୂପ ନେଲାଣି ଯେ ମୃତ୍ୟୁର ସତ୍ୟକୁ ଗ୍ରହଣ କରିନପାରି ମୃତ ଶରୀରକୁ ଆଉ ଥରେ ଜୀବିତ କରିବା ଭଳି କାର୍ଯ୍ୟ ମଧ୍ୟ କରିବାକୁ ପଛାଉ ନାହାନ୍ତି ଲୋକେ । ଗୁଣି ଗାରେଡ଼ି ଉପରେ ଲୋକଙ୍କ ଏତେ ଭରଷା ଯେ ଶବକୁ ବଞ୍ଚାଇବାକୁ ଯାଇ ଶବ କାନରେ ଚାଲିଛି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଟାଙ୍ଗୀର ଼ଜୟମଙ୍ଗଳପୁରର ଠାରେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିବା ପରେ ବି ଅନ୍ଧ ବିଶ୍ୱାସ ବଳରେ ମୃତ ବ୍ୟକ୍ତିକୁ ଜୀବିତ କରିବାର ପ୍ରୟାସ କରିଛନ୍ତି 

ଟାଙ୍ଗୀ ଥାନା ଜୟମଙ୍ଗଳପୁର ଗ୍ରାମର ଅଜୟ କୁମାର ସାହୁ ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଖେଳାଳି । ଏହି ଖେଳକୁଦକୁ ନେଇ ଅଜୟ ଓ ତାଙ୍କ ମାଆଙ୍କ ସହିତ ହୋଇଥିଲା ବଚସା । ଏହି ପାଟିତୁଣ୍ଡ ଏଭଳି ରୂପ ନେଲା ଯେ ମାଆ ଘରେ ନଥିବା ବେଳେ ଅଜୟ ନିଜ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ପରିବାର ଲୋକେ ଗୁରୁତର ଅବସ୍ଥାରେ ଅଜୟଙ୍କୁ ଟାଙ୍କୀ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମାତ୍ର ଏଠାରେ ଡାକ୍ତର ସମସ୍ତ ପରୀକ୍ଷା ନୀରିକ୍ଷା  ପରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏବଂ ତା ପରେ ଆରମ୍ଭ ହୋଇଥିଲା ନାଟକବାଜୀ ।

ପରିବାର ଲୋକଙ୍କ ଠାରୁ ଡ଼ାକରା ପାଇ ମେଡ଼ିକାଲରେ ପହଁଞ୍ଚି ଥିଲେ ଜଣେ ମହିଳା ତାନ୍ତ୍ରିକ ଚାରୁଲତା ସାହୁ । କହୁଥିଲେ ବଞ୍ଚାଇ ଦେବେ ଯୁବକଙ୍କୁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ ଭଗବାନ ବିଷ୍ଣୁଙ୍କ ସହ ଫୋନରେ କଥା ହୋଇଛନ୍ତି । ଭଗବାନ କହିଛନ୍ତି ମୃତକ ଜଣଙ୍କ ଜୀବିତ ଅଛନ୍ତି । ଫୋନରେ ବିଷ୍ଣଙ୍କ ସହିତ ଯୋଗାଯୋଗ କରୁଥୁଲେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସେ ଭଗବାନ ବିଷ୍ଣୁଙ୍କ ସହ ଫୋନରେ କଥା ହୋଇଛନ୍ତି । ଭଗବାନ କହିଛନ୍ତି ମୃତକ ଜଣଙ୍କ ଜୀବିତ ଅଛି । ମନେ ମନେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରି ଯୁବକଙ୍କୁ କରିଥିଲେ ଝଡ଼ାଫୁଙ୍କା, କହୁଥିଲେ ବଞ୍ଚିବ ଯୁବକ । ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ହେଁ ସମସ୍ତେ ଥିଲେ ନୀରବ । ଯେଭଳି ତାନ୍ତ୍ରୀଙ୍କ କଥାରେ ସମସ୍ତେ ଥିଲେ ଏକମତ । ଘଟଣା ସ୍ଥଳରେ ଥିଲେ ଡାକ୍ତର, ମେଡ଼ିକାଲ କର୍ମଚାରୀ ଏବଂ ପୂର୍ବତନ ସରପଞ୍ଚ ।

ଏଭଳି ଘଟଣା ଖୋର୍ଦ୍ଧାରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ଏହା ସ୍ଥାନୀୟ ଅଢ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପଦାରେ ପକାଇଛି ଲୋକଙ୍କ ଅନ୍ଧବିଶ୍ୱାସ ।

 

Get real time updates directly on you device, subscribe now.

Comments
Loading...