News World Odisha
Current News Updates

୭୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

0 44

Get real time updates directly on you device, subscribe now.

ପାଖାପାଖି ୭୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ । କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରେ ୧୬୦ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇକୁ ନଷ୍ଟ କରାଯାଇଛି । ପୋଲିସ୍‌, ସିଆରପିଏଫ୍‌ ଏବଂ ଅବକାରୀ ବିଭାଗର ମିଳିତ ଚଢାଉରେ ଏସବୁ ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୬୪ କୋଟିରୁ ଅଧିକ ହେବ ।

ସେପଟେ ଗଜପତି ମୋହନା ବ୍ଲକ୍‌ ଅନ୍ତର୍ଗତ ନୁଡ୍ରୁଜ୍‌ ଗାଁରେ ମଧ୍ୟ ୫୮ ଏକର ଜମିରେ ଲଗା ଯାଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ମେସିନ୍‌ ସାହାଯ୍ୟରେ ଗଛଗୁଡ଼ିକୁ କାଟିବା ପରେ ସେହିଠାରେ ପୋଡ଼ି ଦିଆଯାଇଛି ।

Get real time updates directly on you device, subscribe now.

Comments
Loading...