News World Odisha
Current News Updates

ସୁନ୍ଦରତା ପାଇଁ ରକ୍ତସ୍ନାନ…

0 184

Get real time updates directly on you device, subscribe now.

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ । ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ । ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ । ସେ ମହିଳା ଜଣଙ୍କ ହେଉଛନ୍ତି ଏଲିଜାବେଥ୍‌ ବାଥରୀ ।

୧୫୮୫ ମସିହାରୁ ୧୬୧୦ ମସିହା ମଧ୍ୟରେ ନିଜର ସୁନ୍ଦରତାକୁ ବଜାୟ ରଖିବା ପାଇଁ ଏହି ମହିଳା ଜଣକ ୬୫୦ରୁ ଅଧିକ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେ ଏପରି କରୁଥିଲେ । ଦେଶର ବିଭିନ୍ନ ଅଞ୍ଚଳରୁ କୁଆଁରୀ ଝିଅଙ୍କୁ ତାଙ୍କ ନିର୍ଦ୍ଦେଶରେ ଅପହରଣ କରି ସେ ବାସ କରୁଥିବା ମହଲକୁ ଅଣାଯାଉଥିଲା । ସେଠାରେ ଝିଅମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇ ଶେଷରେ ତାଙ୍କୁ ହତ୍ୟା କରାଯାଇ ରକ୍ତ ସଂଗ୍ରହ କରାଯାଉଥିଲା। ରକ୍ତରେ ଏଲିଜାବେଥ୍‌ ବାଥରୀ ଅତି ଆନନ୍ଦରେ ସ୍ନାନ କରୁଥିଲେ  ।

କାଉଣ୍ଟେସ ଏଲିଜାବେଥ ବେଥୋରୀ ଡି ଏକ୍ସେଡ ଭାରି ଭୋକିଲା ସ୍ୱଭାବର ମହିଳା ଥିଲେ । ଏହାସହ ତାଙ୍କ ପରିବାରର ଜଣେ ତଥାକଥିତ ସିରିଏଲ କିଲର ଥିଲେ ଯାହା ପାଖରେ ଏଭଳି ଏକ ସାମ୍ରାଜ୍ୟ ଥିଲା ଯେଉଁଥି ପାଇଁ ସେ ନିଜ ମନରେ ସବୁବେଳେ ଅହଂଭାବ ଦେଖାଉଥିଲେ । ଏଲିଜାବେଥ ସର୍ବାଧିକ ୬୫୦ ଜଣ ମହିଳାଙ୍କ ହତ୍ୟାକାରୀ ରୂପେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଉଛନ୍ତି ।

ଦୀର୍ଘ ୨୫ ବର୍ଷ ଧରି ସେ ଏପରି ଅମାନୁଷିକ ଘୃଣ୍ୟ କାର୍ଯ୍ୟ ଜାରି ରଖିଥିଲେ। ୧୬୧୪ ମସିହା ଅଗଷ୍ଟ ୨୧ରେ ତାଙ୍କୁ ଗିରଫ କରାଯାଇଥିଲା । କିଛି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଲିଜାବେଥ୍‌ଙ୍କ ଜୀବନ ଉପରେ ପ୍ରଭାବିତ ହୋଇ ୧୮୯୭ରେ ଅୟାରଲାଣ୍ଡର ଔପନ୍ୟାସିକ ବ୍ରାମ୍‌ ଷ୍ଟୋକର ଡ୍ରାକୁଲା ଉପନ୍ୟାସ ରଚନା କରିଥିଲେ। ପରେ ତାଙ୍କ ଜୀବନୀ ଆଧାରରେ ଅନେକ ଫିଲ୍ମ ମଧ୍ୟ ନିର୍ମିତ ହୋଇଥିଲା ।

Get real time updates directly on you device, subscribe now.

Comments
Loading...