News World Odisha
Current News Updates

ଆଉ ଦିନକ ପରେ ବରଗଡ ଧନୁଯାତ୍ରା

0 67

Get real time updates directly on you device, subscribe now.

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି । ଏଥିପାଇଁ ସଜେଇ ହେଉଛି ବରଗଡ । କଂସଙ୍କ ରାଜ ଦରବାର, ରଂଗମହଲ ସହ ନନ୍ଦ ଦରବାର ଓ ବିଭିନ୍ନ ତୋରଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତୋରଣ ନିର୍ମାଣ ପାଇଁ କାରିଗର ମାନେ ଦିନ ରାତି ଏକ କରି ଦେଇଛନ୍ତି । ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେଇଛି ବରଗଡ ପୌର ପରିଷଦ ।

କାନ୍ଥ ବାଡ ସବୁଠି ଅଙ୍କା ଯାଇଛି ପୌରାଣିକ ଚିତ୍ର । ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୪୫ ଫୁଟ ଉଚ୍ଚତା ଏବଂ ୧୦୦ ଫୁଟ ପ୍ରସ୍ତର ରାଜ ଦରବାର ନିର୍ମାଣ ଚାଲିଛି । ସେହିଭଳି ସ୍ଥାନୀୟ ଲୋକ ମଣ୍ଡପରେ ନିର୍ମିତ ଦରବାରର ଉଚ୍ଚତା ୫୦ ଫୁଟ ଓ ପ୍ରସ୍ତ ୮୦ ଫୁଟ ରଖାଯାଇଛି । ମହାରାଜ କଂସଙ୍କ ଦରବାରକୁ ଆକର୍ଷଣୀୟ କରିବା ପାଇଁ ଧନୁଯାତ୍ରା କମିଟି ଗୁରୁତ୍ୱ ଦେଉଛନ୍ତି ।

ବରଗଡ଼ ସହରର ୮ କିଲୋମିଟର ପରିଧି ମଧ୍ୟରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ଧନୁଯାତ୍ରାର ଦୃଶ୍ୟ ଅଭିନୀତ ହେବ । ଏଥିପାଇଁ ବନାରସରୁ ହାତୀ, ଘୋଡା ଏବଂ ଓଟ ଅଣାଯାଇଛି । ସେହିପରି  ସହରର ସଫେଇ ଅଭିଯାନ ଆରମ୍ଭ କରିଛି ବରଗଡ ପୌର ପରିଷଦ । ଯାତ୍ରା ସମୟରେ ଦର୍ଶକଙ୍କ ପାଇଁ ଅସ୍ଥାୟୀ ପାଇଖାନା, ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି । ସହରକୁ ସୁନ୍ଦର କରିବା ପାଇଁ ସହରର ପାଚେରୀରେ ଧନୁଯାତ୍ରାର ବିଭିନ୍ନ ଚିତ୍ର ଅଙ୍କା ଯାଇଛି । ଧନୁଯାତ୍ରା ଯେତିକି ପାଖଉଛି ଲୋକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢିବଢି ଚାଲିଛି । ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୨୧ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ।

Get real time updates directly on you device, subscribe now.

Comments
Loading...