News World Odisha
Current News Updates

ବିଶାଖାପାଟଣା ରେଳ ଷ୍ଟେସନରୁ ବିପୁଳ ପରିମାଣର ସୁନା ଜବତ

0 65

Get real time updates directly on you device, subscribe now.

ଗତ ୪ ତାରିଖରେ ଗୌହାଟି-ସିକନ୍ଦରାବାଦ ଏକ୍ସପ୍ରେସ୍‌ରେ ୨ ଯୁବକ ନିଜ ବାନିୟନ୍‌ ଭିତରେ ବେଆଇନ୍‌ ସୁନା ଚାଲଣ କରୁଥିବା ଖବର ପାଇ ଚଢାଉ କରିଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଏକ ଟିମ୍‌ । ଅନୁସନ୍ଧାନ ବେଳେ ସୁନା ଚାଲାଣ କରୁଥିବା ୨ ଯୁବକଙ୍କ ସହ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ଟିମ୍‌ ।

ଗିରଫ ଅଭିଯୁକ୍ତଙ୍କ ଠାରୁ ୩ କିଲୋ ୩୧୪ ଗ୍ରାମ ସୁନା ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୧ କୋଟି ୮ ଲକ୍ଷ ୬୯ ହଜାର ବୋଲି ସୂଚନା ଦେଇଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ସୁନା ଚାଲାଣ ନେଟଓ୍ଵର୍କରେ ଆଉ କେଉଁମାନେ ସାମିଲ୍‌ ଅଛନ୍ତି ତାହାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments
Loading...