News World Odisha
Current News Updates

ମହାମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ମୁଖ୍ୟମନ୍ତ୍ରୀ

0 1,021

ମହାମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମହା ଗଠବନ୍ଧନରେ ଆମେ ସାମିଲ ହେବୁନି ବୋଲି ସ୍ପଷ୍ଟ କଲେ ନବୀନ  । ଆମେ ଆମ ପଲିସିରେ କାଏମ ରହିଛୁ  । ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାଏ ରଖିଛୁ ବୋଲି ସ୍ପଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ 

ତେବେ ଗତ କିଛି ଦିନ ହେବ ବିଜେପି ସହ ବିଜେଡିର ମହା ଗଠବନ୍ଧନ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା  । ମୋଦି ଦୁଇ ଦୁଇ ଥର ଓଡ଼ିଶା ଆସି ନବୀନଙ୍କ ବିରୋଧରେ ଶାଣିତ ସ୍ବର ବଦଳରେ ସ୍ବର ନରମ ରଖିବା ମହାମେଣ୍ଟର ଚର୍ଚ୍ଚାକୁ ଖୁରାକ ଯୋଗାଇଥିଲା  । ମୋଦି ୨ଟି ସଭାରେ ନବୀନଙ୍କ ନାଁ ନନେଇ କହିଥିଲେ ବି ସିଧା ଟାର୍ଗେଟରୁ ବିରତ ରହିଥିଲେ ତେଣୁ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଥିଲା  ।

ସେପଟେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଗସ୍ତ ବିଜେପି ବିରୋଧରେ ବଡ଼ ବିକଳ୍ପ ଛିଡ଼ା କରିବାକୁ ଯୋଜନା ହେଉଥିବାରୁ ମୋଦି ନବୀନଙ୍କ ସହ ମେଣ୍ଟ କରିବାକୁ ଯୋଜନା କରୁଥିବା ଆଲୋଚନା ହେଉଥିଲା  । ହେଲେ ସମସ୍ତ କଳ୍ପନାଜଳ୍ପନାରେ ଆଜି ଗାର ଟାଣିଛନ୍ତି ମୁଖ୍ୟମନ୍ତ୍ରୀ  ।

Get real time updates directly on you device, subscribe now.

Comments
Loading...