News World Odisha
Current News Updates

ମତେ ମାନିଥାନ୍ତା ମୋଦି କ୍ୟାରେକ୍ଟର…

0 869

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଲିଉଡ୍‌ରେ ତିଆରି ହେବାକୁ ଯାଉଛି ଚଳଚିତ୍ର  । ଏବେ ଏହାର ଫାଷ୍ଟ ପୋଷ୍ଟର ରିଲିଜ୍‌ ହୋଇଯାଇଛି । ଏଥିରେ ମୋଦିଙ୍କ ଭୂମିକାରେ ଦେଖିବାକୁ ମିଳିବ ବଲିଉଡ ଷ୍ଟାର ବିବେକ ଓବରଏଙ୍କୁ । ତେବେ ପୋଷ୍ଟର ରିଲିଜ ହେବାର କିଛି ସମଯ ମଧ୍ୟରେ ଦର୍ଶକେ ଏହି ପୋଷ୍ଟରର ଯେତିକି ମଜାକ୍‌ ଉଡାଇଛନ୍ତି ଅଭିନେତା ବିବେକ ମଧ୍ୟ ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଚାଲିଛନ୍ତି । କେହି କେହି କହିଛନ୍ତି ବିବେକ ଆଦୌ ମୋଦିଙ୍କ ପରି ଦେଖାଯାଉ ନାହାନ୍ତି, ଆଉ କିଏ କମେଣ୍ଟ କରିଛନ୍ତି କି ମନମୋହନ ସିଂ ନୁହେଁ ବରଂ ମୋଦି ହେଉଛନ୍ତି ଭାରତର ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର । ପୁଣି ଆଉ କିଏ କହିଛି ବେରୋଜଗାରଙ୍କୁ ରୋଜଗାର ଦେଇ ନ ଥିବା ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‌ ତିଆରି କରିବା ଆଦୌ ଠିକ୍‌ ନୁହେଁ ।

ଅନ୍ୟ ପଟେ କିନ୍ତୁ କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା  ପିଏମ୍‌ ମୋଦିଙ୍କ ଚରିତ୍ରରେ ଅଭିନେତା ପରେଶ୍‌ ରାୱଲ ଅଭିନୟ କରିବେ। କିନ୍ତୁ ନୂଆ ପୋଷ୍ଟର ଆସିବା ପରେ ସ୍ପଷ୍ଟ ହୋଇଗଲା ଯେ, ବିବେକ୍‌ ହିଁ ଏଥିରେ ଅଭିନୟ କରିବେ। ପରେଶ୍‌ଙ୍କ ଚର୍ଚ୍ଚା ବି ଭୁଲ୍‌ ନୁହେଁ । ମୋଦିଙ୍କୁ ନେଇ ଆଉ ଏକ ପିଲ୍ମ ନିର୍ମାଣ କରାଯିବ, ଯେଉଁଥିରେ ପରେଶ୍‌ ରାୱଲ୍‌ ମୋଦିଙ୍କ ଚରିତ୍ରରେ ଅଭିନୟ କରିବେ।

କିନ୍ତୁ ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ମୋଦିଙ୍କ ବାୟୋପିକ୍‌ରେ ବିବେକ୍‌ଙ୍କୁ ଚୟନ କରିବା ପରେଶଙ୍କୁ ଆଦୌ ଭଲ ଲାଗିନି । ତାଙ୍କୁ ଏହି ଚରିତ୍ର ମିଳିଥିଲେ ସେ ବିବେକ୍‌ଙ୍କଠାରୁ ଭଲ ଅଭିନୟ କରିଥାନ୍ତେ ବୋଲି କହିଛନ୍ତି ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ପରେଶ କହିଛନ୍ତି,  ତାଙ୍କଠୁ ଭଲ ପିଏମ୍‌ ମୋଦିଙ୍କ ଚରିତ୍ରରେ ଆଉ କେହି ଅଭିନୟ କରି ପାରିବେ ନାହିଁ।  ଏମିତି କହି ପରେଶ ବିବେକ୍‌ଙ୍କ କାଷ୍ଟିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଏହାସହ ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ, ପିଏମ୍‌ ମୋଦିଙ୍କ ଉପରେ ଦୁଇଟି ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଗୋଟିଏ ଫିଲ୍ମରେ ବିବେକ୍‌ ଓବରୟ ଅଭିନୟ କରିଥିବା ବେଳେ ଅନ୍ୟ ଏକ ଫିଲ୍ମରେ ନିଜେ ପରେଶ୍‌ ରାୱଲ୍‌ ମୋଦିଙ୍କ ଚରିତ୍ରରେ ଅଭିନୟ କରିବେ।

ସୂଚନାଯୋଗ୍ୟ ଯେ, ପରେଶ୍‌ ରାୱଲ କିଛି ଦିନ ପୂର୍ବରୁ ନେରେନ୍ଦ୍ର ମୋଦିଙ୍କ ଫିଲ୍ମ ତିଆରି ହେବା ନେଇ ଘୋଷଣା କରିଥିଲେ । କିନ୍ତୁ କିଛି କଥା ଆଗକୁ ବଢ଼ି ନ ଥିଲା। କାହିଁକି ନା ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ ସେ ନେଇ କିଛି ସ୍ଥିର ହୋଇ ପାରୁନି।  ପରେଶ୍‌ଙ୍କ କହିବା ଅନୁଯାୟୀ ଏହି ଫିଲ୍ମ ତିଆରି କରିବାକୁ ଏବେ ବି  ସେ ଚେଷ୍ଟା ଜାରି ରଖିଛନ୍ତି ।

ଯେତେବେଳେ ତାଙ୍କୁ ପଚରା ଯାଇଥିଲା ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ମୋଦିଙ୍କ ଫିଲ୍ମ ତାଙ୍କ ଫିଲ୍ମଠୁ ଆଗ ଆସିପାରେ କି ? ଏହା ଉତ୍ତରରେ ପରେଶ୍‌ କହିଥିଲେ, ଦେଶର ପ୍ରଧାନମନ୍ତ୍ରୀଙ୍କ ଜୀବନରେ ଏମିତି ଅନେକ ଘଟଣା ଅଛି ଯାହା ଉପରେ ଫିଲ୍ମ ନିର୍ମାଣ କରାଯାଇ ପାରିବ।  ସେ କହିଥିଲେ, ମୋଦିଙ୍କ ଜୀବନ ସହ ଜଡ଼ିତ ଏମିତି ସବୁ ଘଟଣା ଦେଖେଇବେ ଯାହାକୁ ଲୋକମାନେ ଜାଣି ନ ଥିବେ। ସେ ଆହୁରି ମଧ୍ୟ କହିଥିଲେ, ‘‘ବଡ଼ ପରଦାରେ ମୁଁ ମୋଦିଙ୍କ ଚରିତ୍ର ଖୁବ୍‌ ଭଲ ଅଭିନୟ କରିପାରିବି।  ମୁଁ ବି ମୋଦିଙ୍କ ପରି ଗାଁ ବିଷୟରେ ବହୁତ କିଛି ଜାଣିଛି।’’

ପରେଶ୍‌ ମୋଦିଙ୍କ ପ୍ରଶଂସା କରି କହିଥିଲେ ସେ ପୂର୍ବ ପ୍ରଧାନମନ୍ତ୍ରୀ ଲାଲ୍‌ବାହଦୁର୍‌ ଶାସ୍ତ୍ରୀଙ୍କ ପରି ସତ୍ୟବାଦୀ।

Get real time updates directly on you device, subscribe now.

Comments
Loading...