News World Odisha
Current News Updates

ବନ୍ଦକୁ ବଳିଗଲା ପେଟ୍ରୋଲ ଦର

0 513

ନେଲେ ନିଅ, ନନେଲେ ନାହିଁ…ଶହେ ଟଙ୍କାରୁ ଟଙ୍କାଟେ କମ କରି ହବନି…। ୧୦୦ ଦବ ତ, ଲିଟରେ ପେଟ୍ରୋଲ ନେବ…ଲିଟରେ ପେଟ୍ରୋଲକୁ ଶହେ ଟଙ୍କା…ବେଶି କହିବ ତ, ୧୩୦ ଦବ…। ରାଜଧାନୀ ଛାତିରେ ସବୁ ଦର ଡେଇଁ ୧୦୦ ଟଙ୍କା ଛୁଇଁଛି ପେଟ୍ରୋଲ । ଆଜ୍ଞା ହଁ, ଏହି ଦାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ । ଆପଣ ଭାବୁଥିବେ ତେଲ ଦର କେବେ ବଢ଼ିଲା, କେଉଁଦିନ ବଢ଼ିଲା, ପେପରରେ ବାହାରିନି କି ଟିଭିରେ ବି ଦେଇନି  । କିନ୍ତୁ କଥାଟା ସତ, ଆଜି ଭୁବନେଶ୍ୱରରେ ୧୦୦ ଟଙ୍କା ଲିଟରରେ ବିକ୍ରି ହୋଇଛି ପେଟ୍ରୋଲ

ଭାରତ ବନ୍ଦ ଯୋଗୁଁ ଭୁବନେଶ୍ୱରର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ପେଟ୍ରୋଲ ପମ୍ପ ସାମ୍ନାରେ ବ୍ଲାକରେ ବିକ୍ରି ହେଉଥିଲା ତେଲ । ବଜାରରେ ପେଟ୍ରୋଲ ଦର ଲିଟର ପିଛା ୬୭ ଟଙ୍କା ଥିବାବେଳେ ଆଜିର ଦିନରେ ଏହା ୩୩ ଟଙ୍କା ବଢି ୧୦୦ ଟଙ୍କା ହୋଇଛି ।  ପେଟ୍ରୋଲର କଳା ବଜାରୀ କରିବା ପାଇଁ ପିଲା ଠାରୁ ମହିଳା ଯାଏଁ ସଭିଏଁ ସାମିଲ ଥିଲେ ।  ଅପମିଶ୍ରଣ ପେଟ୍ରୋଲ ବିକ୍ରି ହେଉଥିବା ଗ୍ରାହକ ଅଭିଯୋଗ କରୁଥିଲେ ବି ଆଉ କୌଣସି ଚାରା ନଥିବାରୁ ବାଧ୍ୟ ହୋଇ ଗ୍ରାହକ ଅଧିକ ଦରରେ ଅପମିଶ୍ରଣ ତେଲ କିଣିଛନ୍ତି ।

ସେପଟେ ରାଜଧାନୀରେ ଏଭଳି କଳାବଜାରୀ ହେଉଥିଲେ ବି ଏଥିପ୍ରତି କାହାରି ନିଘା ନଥିଲା । ଚୋରା ପେଟ୍ରୋଲ ବିକ୍ରି ହେଉଥିବା ସ୍ଥାନ ପାଖରେ ପୋଲିସ ଭ୍ୟାନ ବୁଲୁଥିଲେ ବି ଏହାକୁ ନଜର ଅନ୍ଦାଜ କରୁଥିଲେ ।  ବୋଧହୁଏ ବନ୍ଦରେ ଏଭଳି ବେଆଇନ ବିକ୍ରିକୁ ପୋଲିସ ବି ସମର୍ଥନ ଜଣାଇଛି ।

ରିପୋର୍ଟ- ଅନୁଜ ଦାସ

Get real time updates directly on you device, subscribe now.

Comments
Loading...