News World Odisha
Current News Updates

ପଚିଗଲା ୨୫ଶହ ପ୍ଲେଟ୍ ‘ଆହାର’

0 111

ଆହାରରେ ଭାରତ ବନ୍ଦର ପ୍ରହାର  । ଭାରତ ବନ୍ଦ ପାଇଁ ନଷ୍ଟ ହୋଇଛି ଆହାର କେନ୍ଦ୍ରର ଖାଦ୍ୟ । ଆଉ ଖାଦ୍ୟ ନଷ୍ଟ ହେବା ପରେ ଟ୍ରାକ୍ଟରରେ ଭର୍ତ୍ତି ହୋଇ ଅଳିଆ ଗଦାକୁ ଯାଉଛି  । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ ଆହାର କେନ୍ଦ୍ରରେ  । ଆହାର କେନ୍ଦ୍ରରୁ ନଷ୍ଟ ହୋଇଥିବା ଭାତ ଟ୍ରାକ୍ଟରରେ ଭର୍ତ୍ତି ହୋଇ ଅଳିଆ ଗଦାକୁ ଯାଉଛି । ୨ ଦିନ ଭାରତ ବନ୍ଦ ପାଇଁ ଆହାର କେନ୍ଦ୍ରକୁ ଲୋକ ଆସିନଥିବାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ ହୋଇଛି  । ୨ ଦିନରେ ପ୍ରାୟ ୨୫୦୦ ପ୍ଲେଟ ଖାଦ୍ୟ ନଷ୍ଟ ହୋଇଥିବା ଆହାର କେନ୍ଦ୍ରର କର୍ମଚାରୀ କହିଛନ୍ତି  । ତେବେ ମୋଟ ୪୫୦୦ ପ୍ଲେଟ ପାଇଁ ଖାଦ୍ୟ ରନ୍ଧା ହୋଇଥିବା ବେଳେ ବନ୍ଦ ପାଇଁ ବଳିପଡ଼ିଥିବା ଖାଦ୍ୟକୁ ଫିଙ୍ଗିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି

Get real time updates directly on you device, subscribe now.

Comments
Loading...