News World Odisha
Current News Updates

ଆସୁ ଆସୁ ଆଲୋକ ଆଉଟ୍: କାଲି ବସିଥିଲେ, ଆଜି ବିଦାହେଲେ

'ଆଲୋକ ବର୍ମା' ଗୋଟିଏ ରାତିର ରାଜା

0 535

Get real time updates directly on you device, subscribe now.

ପୁଣି ସଙ୍କଟରେ ସିବିଆଇ  । ସିବିଆଇକୁ ନେଇ ବିବାଦ ଟିକେ ଥମିଥିବା ବେଳେ ଆଜି ପୁଣି ଆଉଟ ହୋଇଛନ୍ତି ଆଲୋକ ବର୍ମା  । ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଛନ୍ତି ଆଲୋକ ବର୍ମା । ଆଲୋକଙ୍କୁ ତାଙ୍କ ପଦରୁ ହଟାଇଛନ୍ତି ଉଚ୍ଚସ୍ତରୀୟ ଚୟନ କମିଟି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ଆଲୋକଙ୍କୁ ପଦରୁ ହଟାଇଛନ୍ତି । ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିବାରୁ ତାଙ୍କୁ ପଦରୁ ହଟାଇଥିବା ସୂଚନା ମିଳିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ୨ ଘଣ୍ଟାର ଆଲୋଚନା ପରେ ନିର୍ଦ୍ଦେଶକ ପଦରୁ ତାଙ୍କୁ ହଟାଯାଇଛି  । ସିଲେକ୍ସନ ପ୍ୟାନେଲ ୨-୧ ଭୋଟିଂରେ ତାଙ୍କୁ ବିଦା କରିଛି । ଆଲୋକଙ୍କ ପାଇଁ ୩ ଜଣିଆ କମିଟିରେ ଭୋଟିଂ ହୋଇଥିଲା ତେବେ ଉଚ୍ଚସ୍ତରୀୟ କିମିଟିରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଲୋକଙ୍କୁ ଏକପ୍ରକାର ସପୋର୍ଟ କରିଥିବା ବେଳେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏ.କେ ସିକ୍ରି ଓ ପ୍ରଧାନମନ୍ତ୍ରୀ ତାଙ୍କ ବିପକ୍ଷରେ ଯାଇଥିଲେ । ତେବେ ଆଲୋକଙ୍କୁ ନିର୍ଦ୍ଦେଶକ ପଦରୁ ହଟାଯାଇ ଅଗ୍ନିଶମ ଡିଜି ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି  ।

ଗତ ତିନିମାସ ତଳେ ଆସ୍ଥାନା-ବର୍ମା ବିବାଦ ଜୋର ଧରିବାରୁ ଆଲୋକଙ୍କୁ ଛୁଟିରେ ପଠାଇଥିଲେ କେନ୍ଦ୍ର ସରକାର। ଏହା ବିରୋଧରେ ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସରକାର ଏଭଳି କରିପାରିବେ ନାହିଁ ବୋଲି ଆଲୋକଙ୍କ ଓକିଲ କୋର୍ଟରେ ସତ୍ୟପାଠ ମାଧ୍ୟମରେ ଅପିଲ୍ କରିଥିଲେ। ଆଉ କାଲି ଆଲୋକଙ୍କୁ ପୁନଃ ଅବସ୍ଥାପିତ କରାଇଥିଲେ ସୁପ୍ରିମକୋର୍ଟ  ।

ଜାନୁଆରୀ ୩୧ ତାରିଖରେ ଆଲୋକ ବର୍ମା ଅବସର ଗ୍ରହଣ କରୁଥିବାରୁ ସେ କୌଣସି ପଲିସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ତେବେ ଆସୁଆସୁ ଆକ୍ସନ ମୋଡରେ ଆଲୋକଙ୍କୁ ଦେଖିବାକୁ ମିଳିଥିଲା  । ଆଉ ଏଇଥି ପାଇଁ ତାଙ୍କୁ ହଟାଯାଇଥିବା ଚର୍ଚ୍ଚା ହେଉଛି  । ତେବେ ଗତ ଅକ୍ଟୋବରରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ କେନ୍ଦ୍ର ସରକାର ପଠାଇବା ପରେ ହାଇଡ୍ରାମା ଆରମ୍ଭ ହୋଇଥିଲା  ।ବର୍ମା ଛୁଟିରେ ପଠାଇବା ପରଦିନ ତାଙ୍କ ଘର ଆଗରେ ୪ ସନ୍ଦୀଗ୍ଧଙ୍କୁ ଧରିଥିଲେ ବର୍ମାଙ୍କ ଅଙ୍ଗରକ୍ଷୀ ଆଉ ତାପରେ ସିବିଆଇକୁ ନେଇ ଏକପ୍ରକାର ସଙ୍କଟ ଦେଖା ଦେଇଥିଲା  ।

Get real time updates directly on you device, subscribe now.

Comments
Loading...