News World Odisha
Current News Updates

ଛବିରାଣୀ ହତ୍ୟାକାଣ୍ଡକୁ ନେଇ ଫିଲ୍ମ

0 160

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ। ୮୦ ଦଶକର ଲୋମହର୍ଷଣକାରୀ ଘଟଣାକୁ ପୁଣି ମନେପକାଇବ ପୁରା ରାଜ୍ୟ। କାହିଁକି ନା ଏହି ଘଟଣାର ଦୃଶ୍ୟପଟ୍ଟକୁ ପରଦାରେ ପ୍ରତିଫଳନ କରାଇବେ ନିର୍ଦ୍ଦେଶକ ବବି ଇସଲାମ୍‌ । ଚଳଚ୍ଚିତ୍ର ରୂପରେ ଏହି କାହାଣୀକୁ ପ୍ରସ୍ତୁତ କରିବାକୁ ଚାଲିଛି ନନଷ୍ଟପ୍‌ ସୁଟିଂ।  ସଂପୂର୍ଣ୍ଣ ଭାବେ ପାରିବାରିକ ତଥା ନାରୀ ସମାଜର ଭୂମିକାକୁ ନେଇ ଫିଲ୍ମ ନିର୍ମାଣ କରାଯାଉଛି। ସମାଜରେ ନାରୀଙ୍କ ପ୍ରତି ବିଭିନ୍ନ ସମୟରେ ହେଉଥିବା ନିର୍ଯାତନା କାହାଣୀ ରହିଛି ମୁଭିରେ। ମୁଭିରେ ନଜର ଆସିବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଉଷସୀ ମିଶ୍ର , ମିହିର ଦାସ ଓ ଅନୁ ଚୌଧୁରୀ । ଛବିରାଣୀ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଚନ୍ଦ୍ରାଣୀ, ଅପୋଜିଟ ରହିବେ ଅମନ୍‌ ।  ଲୋକେ ମୁଭିକୁ କେତେ ପସନ୍ଦ କରୁଛନ୍ତି, ତାହା ମୁଭି ରିଲିଜ୍‌ ପରେ ଜଣାପଡ଼ିବ।

 

Get real time updates directly on you device, subscribe now.

Comments
Loading...