News World Odisha
Current News Updates

ଗାଈଙ୍କ ପାଇଁ ପିଜି ହଷ୍ଟେଲ

0 17

ଦିଲ୍ଲୀ ସରକାର ଏବେ ଗାଈଙ୍କ ପାଇଁ ପିଜି ହଷ୍ଟେଲ ଖୋଲିବାର ଯୋଜନା କରିଛନ୍ତି। ଏଠାରେ ଗାଈଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବ ବୋଲି ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି। ଯେଉଁ ଗାଈ ମାଲିକଙ୍କ ପାଖରେ ସ୍ଥାନର ଅଭାବ ରହିଛି ସେମାନେ ଗାଈଙ୍କୁ ଏହି ହଷ୍ଟେଲରେ ରଖି ପାରିବେ। ଏଥିପାଇଁ ମାଲିକମାନେ ଅର୍ଥ ଦେବାକୁ ପଡିବ। ଗାଈଙ୍କ ରକ୍ଷଣାବେକ୍ଷଣ ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨୭୨ ୱାର୍ଡରେ ପଶୁ ଚିକିତ୍ସାଳୟ ଖୋଲାଯିବ। ଏହାସହ ଦେଖାରଖା ପାଇଁ ଏମାନଙ୍କ ଦେହରେ ମାଇକ୍ରୋଚିପ୍‌ ଲଗାଯିବ। ଲୋକେ ଚାହିଁଲେ ସେମାନଙ୍କ ଅନ୍ୟ ଗୃହପାଳିତ ଜନ୍ତୁଙ୍କୁ ମଧ୍ୟ ରଖିପାରିବେ। ଏଥିପାଇଁ ପାଖାପାଖି ୧୮ ଏକର ପରିମିତ ସ୍ଥାନରେ ଗୋଶାଳା ସହ ବୃଦ୍ଧାଶ୍ରମ ମଧ୍ୟ ଖୋଲାଯିବ। ଏଠାରେ ବୟସ୍କ ବ୍ୟକ୍ତିମାନେ ଚାହିଁଲେ ଗୋସେବା ମଧ୍ୟ କରିପାରିବେ।

Get real time updates directly on you device, subscribe now.

Comments
Loading...