News World Odisha
Current News Updates

ବଦଳିଲା କିସିଂ ବୟଙ୍କ ଫିଲ୍ମର ଟାଇଟଲ

0 75

ବେଶ୍ କିଛି ସମୟ ପରେ ପରଦାକୁ ଫେରିଥିବା ବଲିଉଡ୍‌ର କିସିଂ ବୟ ଇମ୍ରାନ ହାସମିଙ୍କ ଅଭିନୀତ ଫିଲ୍ମ’ର ନାଁକୁ ନେଇ ଚାଲିଥିଲା ଟଣା ଓଟରା। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍ ଇମ୍ରାନଙ୍କ ଫିଲ୍ମ ‘ଚିଟ୍‌ ଇଣ୍ଡିଆ’ ନାଁକୁ ନେଇ ଅରାଜି ହୋଇଥିଲା। ତେଣୁ ଏହି ଟାଇଟଲରେ ପରିବର୍ତ୍ତନ କରାଇବାକୁ ସିବିଏଫ୍‌ସି ଫିଲ୍ମ ନିର୍ମାତାଙ୍କୁ କହିଥିଲା। ଏବେ ଏଥିରେ ରାଜି ହୋଇ ନିର୍ମାତା ‘ଚିଟ୍‌ ଇଣ୍ଡିଆ’ ନାଁରେ ପରିବର୍ତ୍ତନ କରି ରଖିଛନ୍ତି ‘ହ୍ୱାୟ ଚିଟ୍‌ ଇଣ୍ଡିଆ’। ଏହାପରେ ସିବିଏଫ୍‌ସି ଫିଲ୍ମ ରିଲିଜ୍‌ ପାଇଁ ଅନୁମତି ପ୍ରଦାନ କରିଛି। ସୂଚନାଯୋଗ୍ୟ, ଆସନ୍ତା ୨୫ରେ ଏହା ରିଲିଜ୍‌ ହେବାକୁ ଯୋଜନା ଥିବା ବେଳେ ସେହି ସମୟରେ ବାଲ ଠାକରେଙ୍କ ବାୟୋପିକ୍‌ ରିଲିଜ୍‌ ହେଉଥିବାରୁ ଏହା ଆସନ୍ତା ୧୮ ତାରିଖରେ ରିଲିଜ୍‌ କରାଯିବାର ଯୋଜନା କରାଯାଇଛି।

Get real time updates directly on you device, subscribe now.

Comments
Loading...