News World Odisha
Current News Updates

ଡେଟ୍ ରେ ଝିଅ ମାଗିଲା ପୁଅ ଦେହର ମାଂସ

0 477

Get real time updates directly on you device, subscribe now.

ଆଜିର ଅତ୍ୟାଧୁନିକ ଯୁଗରେ ଯୁବପିଢ଼ୀ ଲାଗି ନିଜ ପସନ୍ଦର ସାଥୀ ବାଛିବା ବଡ଼ କଥା ନୁହେଁ। ଅନେକ ଡେଟିଂ ଆପ୍‌ ଜରିଆରେ ଯୁବତୀଯୁବକମାନେ ଯୋଡ଼ି ହେବା ସହ ନିଜ ପ୍ରେମିକ ଅଥବା ପ୍ରେମିକା ଖୋଜୁଛନ୍ତି। ଅନେକ ସଫଳ ହେଉଛନ୍ତି ମଧ୍ୟ। ମାତ୍ର ସୋସିଆଲ ମିଡିଆରେ କଥା ହେବା ସମୟରେ ସମ୍ମୁଖରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅନ୍ୟଜଣଙ୍କର କୌଣସି ଧାରଣା ନ ଥାଏ। ଫଳରେ କିଛି ନ ଜାଣି ସମ୍ପର୍କରେ ଯୋଡ଼ି ହେବା ଅନେକ ସମୟରେ ଅସୁବିଧା ସୃଷ୍ଟି କରିଥାଏ। ଏପରି ଏକ ଘଟଣା ଫ୍ଲୋରିଡାରେ ଘଟିଛି।

ସ୍କଟଡେଲ-ଏରିଆ କମ୍ପାନୀର ସିଇଓ ଥିବା ଜଣେ ବ୍ୟକ୍ତି ଜୈକଲିନ ଏଡ଼ିସ ନାମକ ଜଣେ ମହିଳାଙ୍କ ସହ ‘ଲୁକ୍ଜି’ ଡେଟିଂ ଆପ୍‌ ଜରିଆରେ କଥା ହେଉଥିଲେ। ପରେ ସେ ଏଡ଼ିସଙ୍କୁ ଭେଟିଥିଲେ। ମାତ୍ର ଏଡିସଙ୍କ କଥା ହେବା ତାଙ୍କୁ ପସନ୍ଦ ନ ଆସିବାରୁ ସେ ସମ୍ପର୍କକୁ ଆଗକୁ ନ ବଢ଼ାଇ ଛିନ୍ନ କରିବାକୁ ଚାହିଁଥିଲେ। ଏ ନେଇ ଏଡିସଙ୍କୁ ଜଣାପଡ଼ିବା ପରେ ସେ ତାଙ୍କୁ ବାରମ୍ବାର ମେସେଜ୍‌ କରିଥିଲେ। ଅନେକ ସମୟରେ ଏଡିସ ଦିନରେ ୫ଶହ ମେସେଜ ପଠାଉଥିଲେ। ଧିରେ ଧିରେ ଏହା ଧମକରେ ପରିଣତ ହେଲା।

ଏଡିସ ଉକ୍ତ ବ୍ୟକ୍ତିଙ୍କ ରକ୍ତ ଗାଧୋଇବାକୁ ଏବଂ ପିଇବାକୁ ଚାହୁଁଥିଲେ। ଏପରିକି ତାଙ୍କର ବୃକକ୍‌ ଓ ହାତର ହାଡ଼ର ତରକାରୀ କରି ଖାଇବେ ବୋଲି କହିଥିଲେ। ଦେହର ଚମଡ଼ାକୁ କାଢ଼ି ପାଦ ଓ ହାତରେ ପିନ୍ଧିବାକୁ ଇଚ୍ଛୁକ ବୋଲି କହିିବା ପରେ ଉକ୍ତ ବ୍ୟକ୍ତିଜଣଙ୍କ ପୋଲିସର ଆଶ୍ରୟ ନେଇଥିଲେ।

ପୋଲିସ ତାଙ୍କୁ ଗିରଫ କରିବା ନେଇ ଚେତାଇବା ପରେ ମଧ୍ୟ ଏଡିସ ତାଙ୍କୁ ମେସେଜ କରିବା ବନ୍ଦ କରି ନ ଥିଲେ। ବରଂ ସେ ତାଙ୍କ ଘର ସମ୍ମୁଖରେ ଛିଡ଼ା ହୋଇ ରହିବା ସହ ମାରିବାକୁ ଧମକ ଦେଇଥିଲେ। ଏକଦା ବ୍ୟବସାୟୀଜଣଙ୍କ କୌଣସି କାମରେ ବାହାରକୁ ଯାଇଥିବା ସମୟରେ ଏଡିସ ତାଙ୍କ ଘରେ ପଶି ଗାଧୋଇଥିଲେ। ଏଥିସହ ଯୁବକଙ୍କ କମ୍ପାନୀକୁ ଯାଇ ଏଡିସ ନିଜକୁ ସ୍ତ୍ରୀ ଭାବେ ପରିଚୟ ଦେଇଥିଲେ। ଶେଷରେ ଯୁବକ ପୋଲିସ ନିକଟରେ ପୁନର୍ବାର ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୋଲିସ ଏଡିସଙ୍କୁ ଗିରଫ କରିଥିଲେ। ଯାଞ୍ଚ କରିବା ପରେ ଏଡିସ ଉକ୍ତ ବ୍ୟକ୍ତିଙ୍କୁ ୧.୬ ଲକ୍ଷ ମେସେଜ୍‌ ପଠାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଧମକ ଦେବାର କାରଣ ସମ୍ପର୍କରେ ପଚରାଯିବାରୁ ସେ ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ ବଖାଣିଥିଲେ। ସେ ଜଣେ ମାନସିକ ରୋଗୀ ବୋଲି ପୋଲିସ ଜାଣିବା ପରେ ଡାକ୍ତରୀ ଚିକିତ୍ସା କରାଯିବା ସହ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଏବେ ସେ ମାରିକୋପା ଜେଲରେ ଅଛନ୍ତି।

Get real time updates directly on you device, subscribe now.

Comments
Loading...