News World Odisha
Current News Updates

ଫେବୃୟାରୀ ୧ରେ ପେଡ଼ି ଖୋଲିବେ ଜେଟଲୀ

ବଜେଟ ବାକ୍ସରେ ଅଛି ଶେଷ ସରପ୍ରାଇଜ୍

0 773

Get real time updates directly on you device, subscribe now.

ଫେବୃୟାରୀ ୧ ରେ ସଂସଦରେ ଉପସ୍ଥାପିତ ହେବ ଚଳିତ ବର୍ଷର ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ତାରିଖରେ ୨୦୧୯ ଆର୍ଥିକ ବର୍ଷର ଅନ୍ତରୀଣ ପେଡ଼ି ଖୋଲିବେ । ଜାନୁୟାରୀ ୩୧ରୁ ଫେବୃୟାରୀ ୧୩ ଯାଏଁ ଚାଲିବ ୧୪ ଦିନିଆ ବଜେଟ ଅଧିବେଶନ । ଏନଡିଏ ସରକାରର ଏହା ଶେଷ ବଜେଟ ହୋଇଥିବାରୁ ଅନ୍ତରୀଣ ବଜେଟରେ ବଡ଼ ଘୋଷଣା ହୋଇପାରେ । ସାଧାରଣ ବର୍ଗଙ୍କ ପାଇଁ ୧୦% ସରଂକ୍ଷଣ ବିଲ ପାରିତ ହୋଇଥିବା ବେଳେ ସେହିଦିନ ଏହା ଆଇନରେ ପରିଣତ ହୋଇପାରେ । ତାସହ ସଂରକ୍ଷଣ ବ୍ୟବସ୍ଥାରେ ଅନେକ ବଡ଼ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ନାଗରିକ ସଂଶୋଧିତ ବିଧେୟକ ସହ ତିନି ତଲାକକୁ ଦଣ୍ଡନୀୟ କରିବା ପାଇଁ ବିଲ ପାସ୍ କରିପାରନ୍ତି । ଏପରି ଅନେକ ସରପ୍ରାଇଜ ଜେଟଲୀ ନିଜ ପୁଟଲିରେ ସେଦିନ ଖୋଲିବାର ଯୋଜନା ରଖିଛନ୍ତି । ତେବେ ଫେବୃୟାରୀ ୧ ତାରିଖ ଦିନ ୧୧ଟାରେ ସଂସଦରେ ଉପସ୍ଥାପିତ ହେବ ବଜେଟ ।

 

ବଜେଟ ଅଧିବେଶନ ଆରମ୍ଭ ଦିନ ଅର୍ଥାତ ଜାନୁୟାରୀ ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧିତ କରିବେ । ସେପଟେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ମୋଦି ସରକାର ଭୋଟ ହାତେଇବାକୁ ଚାଷୀଙ୍କ ପାଇଁ ବି ଅନେକ ବଡ଼ ବଡ଼ ଯୋଜନାର ଘୋଷଣା କରିପାରନ୍ତି । କଂଗ୍ରେସ ଆସିବା ପରେ ବିଭିନ୍ନ ରାଜ୍ୟରେ କୃଷିଋଣ ଛାଡ଼ ପରେ ମୋଦିଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ । ଆଉ ଆଗକୁ ନିର୍ବାଚନ ଆସୁଥିବାରୁ ଏଥର ବଜେଟ ବାକ୍ସରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ରହିଥିବା ଅନୁମାନ କରାଯାଉଛି । ତେବେ ଫେବୃୟାରୀ ୧ରେ ଜେଟଲୀ ତାଙ୍କ ପୁଟଲି ଖୋଲିବା ପରେ ସବୁ ଅନୁମାନ ସ୍ପଷ୍ଟ ହୋଇଯିବ  ।

Get real time updates directly on you device, subscribe now.

Comments
Loading...