News World Odisha
Current News Updates

CBI ଚୌକି ଏପଟସେପଟ: ନାଗେଶ୍ବରଙ୍କ ପୁଣି ଏଣ୍ଟ୍ରି

0 152

Get real time updates directly on you device, subscribe now.

ସିବିଆଇ ମହାଡ୍ରାମାରେ ନୂଆମୋଡ଼ । ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇବାର କେଇ ମିନିଟ ପରେ ପୁଣି ନାଗେଶ୍ବର ରାଓଙ୍କୁ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି  । ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନାଗେଶ୍ବର ରାଓଙ୍କୁ ଦାୟିତ୍ବ ଦେଇଛି ଚୟନ କମିଟି  । ତେବେ ଏହା ପୂର୍ବରୁ ତିନିମାସ ତଳେ ଯେତେବେଳେ ବର୍ମାଙ୍କୁ କେନ୍ଦ୍ର ସରକାର ରାତି ଅଧିଆ ଛୁଟିରେ ପଠାଇଥିଲେ ତା ପର ଦିନ ସକାଳେ ନାଗେଶ୍ବରଙ୍କୁ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିଲା  ।

କିଛି ସମୟ ତଳେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଛନ୍ତି ଆଲୋକ ବର୍ମା । ଆଲୋକଙ୍କୁ ତାଙ୍କ ପଦରୁ ହଟାଇଛନ୍ତି ଉଚ୍ଚସ୍ତରୀୟ ଚୟନ କମିଟି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟି ଆଲୋକଙ୍କୁ ପଦରୁ ହଟାଇଛନ୍ତି । ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିବାରୁ ତାଙ୍କୁ ପଦରୁ ହଟାଇଥିବା ସୂଚନା ମିଳିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ୨ ଘଣ୍ଟାର ଆଲୋଚନା ପରେ ନିର୍ଦ୍ଦେଶକ ପଦରୁ ତାଙ୍କୁ ହଟାଯାଇଛି  ।

 

ସିଲେକ୍ସନ ପ୍ୟାନେଲ ୨-୧ ଭୋଟିଂରେ ତାଙ୍କୁ ବିଦା କରିଛି । ତେବେ ଉଚ୍ଚସ୍ତରୀୟ କିମିଟିରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏ.କେ ସିକ୍ରି ଉପସ୍ଥିତ ଥିଲେ । ତେବେ ଆଲୋକଙ୍କୁ ନିର୍ଦ୍ଦେଶକ ପଦରୁ ହଟାଯାଇ ଅଗ୍ନିଶମ ଡିଜି ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି  ।

 

Get real time updates directly on you device, subscribe now.

Comments
Loading...