News World Odisha
Current News Updates

ବିସିସିଆଇ ନୋଟିସର ଜବାବ ରଖିଲେ ପାଣ୍ଡ୍ୟା

0 165

Get real time updates directly on you device, subscribe now.

ନିର୍ଦ୍ଦେଶକ କରଣ ଜୋହରଙ୍କ ଚର୍ଚ୍ଚିତ ଟକ୍ ଶୋ କଫି ୱିଥି କରଣରେ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଥିବା ପାଣ୍ଡ୍ୟା ଏଥିପାଇଁ କ୍ଷମା ମାଗିଛନ୍ତି  । ପାଣ୍ଡ୍ୟା ଓ କେଏଲ୍‌ ରାହୁଲ ଏହି ଟକ୍‌ ଶୋରେ ଯୋଗଦେଇ ଅଶ୍ଳାଳୀନ ମନ୍ତବ୍ୟ ଦେଇଥିବାରୁ ବିସିସିଆଇ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା।

ଏହାର ଜବାବରେ ପାଣ୍ଡ୍ୟା କହିଛନ୍ତି, “ ମୁଁ ଏକ ଟକ୍‌ ଶୋରେ ଯୋଗଦେଇ କିଛି ଏଭଳି ମନ୍ତବ୍ୟ ଦେଇଛି, ଯାହା ଅନ୍ୟମାନଙ୍କୁ ଆଘାତ ଦେଇଛି। ମୁଁ ଭାବି ନଥିଲି କେବେ ଏମିତି ଘଟଣା ଘଟିବ ବୋଲି। ଏଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ସମାଜର କୌଣସି ବର୍ଗଙ୍କୁ ତୁଚ୍ଛ କରି ଦେଖାଇବା ବା ଅପମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା। ଶୋରେ କଥାବାର୍ତ୍ତା ଚାଲୁଥିବା ବେଳେ ମୁଁ ଏପରି କହୁ କହୁ କହି ଦେଇଥିଲି। ମୁଁ ଭାବିନଥିଲି ଯେ ଏହାକୁ ନେଇ କେହି ଆଘାତ ପାଇବେ। ବିସିସିଆଇକୁ କହିବାକୁ ଚାହୁଁଛି ଯେ ଏବେଠାରୁ ବୋର୍ଡର ନିର୍ଦ୍ଦେଶରେ କାର୍ଯ୍ୟ କରିବ ଏବଂ ଭବିଷ୍ୟତରେ ଏମିତି ଘଟଣାର ପୁନରାବୃତ୍ତି କରିବି ନାହିଁ।”

ବର୍ତ୍ତମାନ ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଆରମ୍ଭ ହେବାକୁ ଥିବା ଦିନିକିଆ ସ୍କ୍ୱାଡ୍‌ରେ ପାଣ୍ଡ୍ୟା ରହିଛନ୍ତି। ସେହିଠାରୁ ହିଁ ସେ ଚିଠି ଲେଖି ବିସିସିଆଇକୁ ଏଭଳି ଜବାବ ଦେଇଛନ୍ତି। ଅନ୍ୟପକ୍ଷରେ ରାହୁଲ କାରଣ ଦର୍ଶାଅ ନୋଟିସ୍‌ର ଜବାବ କ’ଣ ଦେଇଛନ୍ତି, ତାହା ଜଣାପଡ଼ିନାହିଁ।

Get real time updates directly on you device, subscribe now.

Comments
Loading...