News World Odisha
Current News Updates

ସିମରନ ମୃତ୍ୟୁ ମାମଲାରେ ହତ୍ୟା ମାମଲା ରୁଜୁ

0 87

ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂହ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରିଛି। ସିମ୍‌ରନ୍‌ଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ସଞ୍ଜୀବ ଆରୋରା। ପୂର୍ବରୁ ବୁର୍ଲା ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଗତ ୩ ତାରିଖରେ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ସିମ୍‌ରନ୍‌ଙ୍କୁ ପ୍ରେମ ବିବାହ କରିଥିବା ଧ୍ରୁବରାଜ ସୁନାଙ୍କୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସିମ୍‌ରନଙ୍କୁ ଅପହରଣ ଓ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ୱର ୨୭ରେ ହୋଇଥିବା ଏତଲା ଆଧାରରେ ଝାରସୁଗୁଡ଼ା ପୁଲିସ୍‌ ଧ୍ରୁବରାଜଙ୍କୁ ଗିରଫ କରିଥିଲା। ସିମ୍‌ରନ୍‌ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଧ୍ରୁବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଥିଲା।

ଗତ ଏପ୍ରିଲ ୧୩ରେ ସିମ୍‌ରନ୍‌କୁ ଅପହରଣ କରାଯାଇଥିବା ତାଙ୍କ ମାଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଝାରସୁଗୁଡ଼ା ଥାନାରେ ୨୫୬ ଦଫାରେ ଏକ ମାମଲା ବି ରୁଜୁ ହୋଇଥିଲା। ଗତ ୨୮ ଡିସେମ୍ୱର ଦିନ ସିମ୍‌ରନ୍‌ ଘରକୁ ଫେରିବା ସହ ଝାରସୁଗୁଡ଼ା ଥାନାରେ ଧ୍ରୁବରାଜ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଏତଲାକୁ ଭିତ୍ତି କରି ଧ୍ରୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Get real time updates directly on you device, subscribe now.

Comments
Loading...