News World Odisha
Current News Updates

ପୁଣିଥରେ ଧମାଲ କରିବେ ସଞ୍ଜୟ ଦତ୍ତ ଓ ଅରସଦ

0 88

 

ବଲିଉଡ ଅଭିନେତା ‘ଅରସଦ ୱାରିସ’ ସିନେପ୍ରେମୀଙ୍କୁ ଦେଇଛନ୍ତି ଖୁସିଖବର । ଏକ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ‘ମୁନା ଭାଇ-୩’ର ସ୍କ୍ରିପ୍ଟ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି । ରାଜକୁମାର ହିରାନୀଙ୍କ ସୁପର ହିଟ୍ ଫିଲ୍ମ ‘ମୁନା ଭାଇ’ର ତୃତୀୟ ଭାଗ ଅର୍ଥାତ ‘ମୁନା ଭାଇ-୩’ର ସୁଟିଙ୍ଗ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ରିଲିଜ ଚଳିତ ବର୍ଷର ଶେଷ କିମ୍ବା ଆଗାମୀ ବର୍ଷର ଆରମ୍ଭ ବେଳକୁ ହୋଇପାରେ ।
ତେବେ ଏହି ଫିଲ୍ମରେ ପୁଣି ସଞ୍ଜୟ ଦତ୍ତ ଏବଂ ଅରସଦଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିବ ।
ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, ‘ମୁନା ଭାଇ-୩’ରେ ସଞ୍ଜୟ ଦତ୍ତଙ୍କ ବଦଳରେ ରଣବୀର କପୁରଙ୍କୁ କାଷ୍ଟ କରିବାର ଯୋଜନା ରହିଥିଲା କିନ୍ତୁ ଏହି କଥା ଉପରେ ଅରସଦ ସ୍ପଷ୍ଟିକରଣ ଦେଇ କହିଥିଲେ ଯେ, “ମୋତେ ଲାଗୁ ନାହିଁ ସଞ୍ଜୟ ଦତ୍ତଙ୍କ ଅପେକ୍ଷା ଏହି ଭୂମିକାରେ ଆଉ କେହି ଭଲ ଅଭିନୟ କରି ପାରିବେ ।” ଆପଣ ଜାଣିଥିବେ ମୁନା ଭାଇର ୨ଟି ଯାଇ ସିରିଜରେ ସଞ୍ଜୟ ଦତ୍ତ ଏବଂ ଅରସଦ କାମ କରିସାରିଛନ୍ତି । ଏହି ଫିଲ୍ମ ମାଧ୍ୟମରେ ଦୁହିଁଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିବାବେଳେ ଏହା ସେହି ସମୟର ବ୍ଲକ ବଷ୍ଟର ଫିଲ୍ମ ପ୍ରମାଣିତ ମଧ୍ୟ ହୋଇସାରିଛି । ତେବେ ‘ମୁନା ଭାଇ-୩’ ମାଧ୍ୟମରେ ଦର୍ଶକ ପୁଣିଥରେ ସୁନେଲି ପରଦାରେ ସଞ୍ଜୟ ଦତ୍ତ ଏବଂ ଅରସଦଙ୍କୁ ଏକାଠି ଦେଖିବାକୁ ପାଇବେ ।

Get real time updates directly on you device, subscribe now.

Comments
Loading...