News World Odisha
Current News Updates

ମୁରେଙ୍କ ଅବସର ଘୋଷଣା

0 27

ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ଆଣ୍ଡି ମୁରେ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ସିଜନର ୱିମ୍ବଲଡେନ୍ ଓପନ ତାଙ୍କର ଅନ୍ତିମ ଇଭେଣ୍ଟ ହେବ ବୋଲି ମୁରେ ହୋଇ ଶୁକ୍ରବାର କହିଛନ୍ତି। ତିନି ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଗତବର୍ଷ ଆହତ ସମସ୍ୟା ଯୋଗୁ ପ୍ରାୟତଃ ଖେଳି ନଥିଲେ। ଅଣ୍ଟା ସମସ୍ୟା ଲାଗି ସେ ଅଷ୍ଟ୍ରେଲିଆନ୍ ଓପନର ଗତ ସଂସ୍କରଣରେ ଖେଳି ନ ଥିଲେ। ଅସ୍ତ୍ରୋପଚାର କରାଇବା ପରେ ୱିମ୍ବଲଡେନ୍ ଓପନରେ ଖେଳିଥିଲେ। ଏହାପରେ ସେ ଫୁଲ ଫିଟନେସକୁ ଗୁରୁତ୍ୱ ଦେଇ ବଳକା ଟୁର୍ଣ୍ଣାମେଣ୍ଟରେ ଓହରି ଯାଇଥିଲେ। ଚଳିତ ସିଜନ ଆରମ୍ଭରୁ ବ୍ରିସ୍‌ବେନ୍ ଓପନର ଦ୍ୱିତୀୟ ରାଉଣ୍ଡରୁ ବିଦା ହୋଇଥିଲେ। ଗୁରୁବାର ନୋଭାକ ଜୋକୋଭିଚ୍‌ଙ୍କ ସହ ଏକ ଘଣ୍ଟାରୁ କମ୍‌ ସମୟ ପାଇଁ ଅଭ୍ୟାସ କରିବା ପରେ ସେ ଅବସର ସମ୍ପର୍କିତ ନିଷ୍ପତ୍ତି ନେଇଛନ୍ତି। ମୋତେ ସୀମା ମଧ୍ୟରେ ରହି ଖେଳିବାକୁ ପଡ଼ୁଛି। ଏହା ସହିତ ଅତ୍ୟଧିକ ଯନ୍ତ୍ରଣା ମୋତେ ଅଭ୍ୟାସ କିମ୍ବା ପ୍ରତିଦ୍ୱନ୍ଦ୍ୱିତାମୂଳକ ଟେନିସ ଖେଳିବାକୁ ଅନୁମତି ଦେଉନାହିଁ। ମୋ ଖେଳ ଜୀବନର ଅନ୍ତ କରିବା ଲାଗି ୱିମ୍ବଲଡେନ୍ ଶ୍ରେଷ୍ଠ ସ୍ଥାନ। ମାତ୍ର ମୁଁ ସେ ପର୍ଯ୍ୟନ୍ତ ଖେଳିପାରିବି କି ନାହିଁ ଜାଣିନାହିଁ। ଚଳିତ ଅଷ୍ଟ୍ରେଲିଆନ ଓପନ ଟୁର୍ଣ୍ଣାମେଣ୍ଟ ମଧ୍ୟ ମୋର ଅନ୍ତିମ ଇଭେଣ୍ଟ ହୋଇପାରେ ବୋଲି ଭାବବିହ୍ୱଳ ହୋଇ ବ୍ରିଟିଶ ଖେଳାଳି ମୁରେ ମେଲବୋର୍ଣ୍ଣ କହିଛନ୍ତି।

 

Get real time updates directly on you device, subscribe now.

Comments
Loading...