News World Odisha
Current News Updates

ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଚାଲିବ କଂସ ରାଜୁତି

0 92

ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡରେ ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ୧୧ ଦିନ ଧରି ଚାଲିବ ଧନୁଯାତ୍ରା ମହୋତ୍ସବ । ଆଜି ଅପରାହ୍ନରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ରାଜଦରବାର ଅଭିମୁଖେ ବାହାରିବ ।

ବରଗଡ଼ ହାଟପଦା ହେବ ମଥୁରା ନଗରୀ। ଏଥିପାଇଁ ପାଇଁ ସବୁ ପ୍ରସ୍ତୁତି ସରିଛି । ପୌରାଣିକ ଚରିତ୍ରକୁ ଦର୍ଶାଇବା ପାଇଁ ଆଖଡ଼ାଶାଳାରେ କଳାକାରମାନେ ଅଭ୍ୟାସ କରିଛନ୍ତି । ସେପଟେ ଗୋପପୁର ଭାବେ ସଜେଇ ହୋଇଛି ଅମ୍ବାପାଲି । ଘରଗୁଡ଼ିକର କାନ୍ଥରେ କୃଷ୍ଣଲୀଳା ସଂପର୍କିତ ଚିତ୍ର ଅଙ୍କା ଯାଇଛି । ବିଭିନ୍ନ ସ୍ଥାନରେ ତୋରଣ ସଜା ସରିଥିବା ବେଳେ, ଶେଷ ହୋଇଛି  ନନ୍ଦରାଜାଙ୍କ ଦରବାର କାମ । ବରଗଡ଼ର ୮ କିଲୋମିଟର ଭିତରେ ୧୪ଟି ମଞ୍ଚରେ ଧନୁଯାତ୍ରା ମହୋତ୍ସବ ଆୟୋଜନ କରାଯାଇଛି । କଂସ ଦରବାର, ରଙ୍ଗ ମହଲ, ନନ୍ଦ ଦରବାରରେ ପ୍ରତିଦିନ ନାଟକ ପରିବେଷଣ ହେବ । ଧନୁଯାତ୍ରା ପାଇଁ ବନାରସରୁ ହାତୀ, ଘୋଡ଼ା ଏବଂ ଓଟ ଅଣାଯାଇଛି।  ସର୍କସ ଓ ମୀନାବଜାର ହେବ ଚଳିତ ବର୍ଷ ଗୋପପୁର ଯାତ୍ରାର ଅନ୍ୟତମ ଆକର୍ଷଣ । ପ୍ରଥମେ ଦିନରେ ଦେବକୀ ବାସୁଦେବ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ, କଂସର ସିଂହାସନ ଆରୋହଣ ଏବଂ ଦେବକୀ-ବାସୁଦେବ କାରାଗାର ପ୍ରେରଣ ପରିବେଷଣ କରାଯିବ ।

ଧନୁଯାତ୍ରା ପାଇଁ କଳାକାର ଓ ଗ୍ରାମବାସୀ ସମସ୍ତେ ପ୍ରସ୍ତୁତ ହୋଇସାରିଛନ୍ତି । ଗାଁକୁ  ବନ୍ଧୁବାନ୍ଧବ ଆସିଗଲେଣି। ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମଥୁରା ପରି ଗୋପପୁରରେ ମଧ୍ୟ ଜାତୀୟସ୍ତରର ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିବେ । ଏହାସହ ସର୍କସ ଓ ମୀନାବଜାର ଗୋପପୁର ଯାତ୍ରାର ମୁଖ୍ୟ ଆକର୍ଷଣ ହେବ ।

Get real time updates directly on you device, subscribe now.

Comments
Loading...