News World Odisha
Current News Updates

ମେଦ ବହୁଳତାରୁ ଦୂରେଇ ରହିବା ପାଇଁ ଦିନରେ ଥରେ ଚୋବାନ୍ତୁ ଚୁଇଗମ୍…

0 130

Get real time updates directly on you device, subscribe now.

ଚୁଇଗମ୍‌ ଚୋବାଇବା ଦ୍ୱାରା ମିଳିଥାଏ ଅନେକ ସୁଫଳ। ଏହାଦ୍ୱାରା ପାଚନ କ୍ରିୟା ସ୍ୱାଭାବିକ ହୁଏ। ନିୟମିତ  ଅଭ୍ୟାସ କରି ଦିନରେ ଥରେ ଚୁଇଗମ୍‌ ଚୋବାଇଲେ ମିଳିଥାଏ ଅନେକ ସୁଫଳ। ଏହାଦ୍ୱାରା ପାଟିରୁ ଅଧିକ ଲାଳ କ୍ଷରଣ ହୋଇଥାଏ। ଏହା ଖାଦ୍ୟ ହଜମରେ ସହାୟକ ହୋଇଥାଏ। ଚୁଇଗମ୍‌ ଚୋବାଇବା ଦ୍ୱାରା ପ୍ରତି ଘଣ୍ଟାରେ ଶରୀରରୁ ୧୧ କ୍ୟାଲୋରୀ ଶକ୍ତି କମିଥାଏ। ଫଳରେ ମେଦ ବହୁଳତାରୁ  ମିଳିଥାଏ ମୁକ୍ତି। ଚୁଇଗମ୍‌ ଚୋବାଇଲେ ଶରୀର ଉପରେ କିଭଳି ପ୍ରଭାବ ପଡ଼ିଥାଏ ସେ ନେଇ କାର୍ଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ଗବେଷକ ଆରମ୍ଭ କରିଥିଲେ ଗବେଷଣା। ସେମାନେ ଏହାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟରେ ଦର୍ଶାଯାଇଥିଲା ଚୁଇଗମ୍‌ ଦ୍ୱାରା ବିଭିନ୍ନ ଦାନ୍ତ ସମସ୍ୟାରୁ ମୁକ୍ତି ମିଳିବା ସହିତ ପାଟିର ଦୁର୍ଗନ୍ଧ ନାଶ ହୋଇଥାଏ। ଏହାଦ୍ୱାରା ମୁଖମଣ୍ଡଳରେ ଚର୍ବି କମ୍‌ ହୋଇଥାଏ। ପୂର୍ବରୁ କୁହାଯାଉଥିଲା ଯେ, ଚୁଇଗମ୍‌ ଚୋବାଇବା ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ।

Get real time updates directly on you device, subscribe now.

Comments
Loading...