News World Odisha
Current News Updates

ପିଠାରେ ମିଳିବ LED

ପ୍ରତି ଘରକୁ ମାଗଣା ବଲବ୍

0 3,510

Get real time updates directly on you device, subscribe now.

ଏଣିକି ପ୍ରତି ପରିବାରକୁ ମାଗଣାରେ ମିଳିବ LED ବଲବ  । ଘର ପିଛା ୪ଟି ଲେଖାଏଁ ବଲବ ମାଗମାରେ ବଣ୍ଟାଯିବ । ଆଜି ସଚିବାଳୟରେ ‘ଆମ ଘରେ LED’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀନ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଏଲଇଡି ବଲବ । ପ୍ରତି ହିତାଧିକାରୀ ପରିବାରଙ୍କୁ ୯ ୱାଟର ୪ଟି ଲେଖାଏଁ ବଲବ ମାଗଣାରେ ମିଳିବ । ଏହି ଯୋଜନାରେ ରାଜ୍ୟର ମୋଟ ୯୫ ଲକ୍ଷ ହିତାଧିକାରୀ ଉପକୃତ ହେବାକୁ ଥିବାବେଳେ ଏଥିପାଇଁ ମୋଟ ୩ କୋଟି ୮୦ ଲକ୍ଷ ବଲବ କିଣିବେ ରାଜ୍ୟ ସରକାର । ତେବେ ଜାନୁୟାରୀ ୧୫ରୁ ୨୦ରେ ହେବାକୁ ଥିବା ପିଠା ଶିବିରରେ ଏହି ବଲବ ବଣ୍ଟନ ହେବ  ।

ଆଗକୁ ନିର୍ବାଚନ ଥିବାରୁ ମୋଦି ସରକାରଙ୍କ ଉଜ୍ଜ୍ୱଳାକୁ ଟକ୍କର ଦେବାକୁ ନବୀନ ଏହି ଯୋଜନାର ଶୁଭାରମ୍ଭ କରିଥିବା ଚର୍ଚ୍ଚା ହେଉଛି  ।

Get real time updates directly on you device, subscribe now.

Comments
Loading...