News World Odisha
Current News Updates

ତାଳଚେର ସୁରକ୍ଷା ମଞ୍ଚର ଅର୍ଥନୈତିକ ଅବରୋଧ

0 85

Get real time updates directly on you device, subscribe now.

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେର ସୁରକ୍ଷା ମଞ୍ଚର ଅର୍ଥନୈତିକ ଅବରୋଧ । ୧୬ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସୁରକ୍ଷା ମଞ୍ଚ । ତାଳଚରେ ଏବଂ କଣିହାଁର ସମସ୍ତ କୋଇଲା ଖଣିରୁ ଉତ୍ପାଦନ ଏବଂ ପରିବହନ ବନ୍ଦ କରାଯାଇଛି । ରେଳ ଯୋଗେ କୋଇଲା ପରିବହନ ମଧ୍ୟ ବନ୍ଦ ରହିଛି ।  ଫଳରେ ନାଲକୋ, ଏନଟିପିସି, ଟିଟିପିଏସ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ କୋଇଲା ପରିବହନ ବନ୍ଦ ରହିବ । ଦାବି ମଧ୍ୟରେ ମୁଖ୍ୟତଃ ୨୦୦୬ ବିସ୍ଥାପନ ଏବଂ ଥଇଥାନ ଆଇନକୁ ପାଳନ, ଆରପିଡିଏସିରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରି କରିବା, ତାଳଚରେରେ ଏକ ସ୍ଵତନ୍ତ୍ର କୋଇଲା କମ୍ପାନୀ ଘୋଷଣା କରିବା, ତାଳଚେର ବାଙ୍କଧରାଠାରୁ ବଲହର ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର ଏବଂ ପ୍ରଦୂଷଣ ମୁକ୍ତ କରିବା, ତାଳଚେର ମେଡିକାଲ କଲେଜରେ ୨୦୧୯-୨୦ରେ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଏବଂ ଜମିହରା ବେକାରୀ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଭଳି ଅନେକ ଦାବି ରହିଛି ।

Get real time updates directly on you device, subscribe now.

Comments
Loading...