News World Odisha
Current News Updates

ବଲିଉଡ୍ ସେଲିବ୍ରିଟିଙ୍କ ସହ ମୋଦିଙ୍କ ସେଲଫି

0 82

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ବଲିଉଡ୍ ସେଲିବ୍ରିଟି । ଯାହାର ସେଲଫି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହୋଇଛି। ବଲିଉଡ୍‌ ଷ୍ଟାର୍‌ ରଣବୀର୍‌ ସିଂହ ଫିଲ୍ମ ତାରକାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେଲଫି ନେଇଥିବାବେଳେ ପ୍ରଯୋଜକ କରନ୍‌ ଜୋହର ଓ ଏକ୍‌ତା କପୁର୍‌ ଏହି ଫଟୋକୁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜରେ ସେଆର୍‌ କରିଛନ୍ତି।

ଗୁରୁବାର କେନ୍ଦ୍ର ସରକାର ଫିଲ୍ମ ଟିକେଟରୁ ଜିଏସ୍‌ଟି ହ୍ରାସ ନିଷ୍ପତ୍ତି ନେବା ପରେ, ବି’ ଟାଉନ୍‌ର ଏହି ପ୍ରତନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହ ଫିଲ୍ମ ଇଣ୍ଡଷ୍ଟ୍ରୀର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ସୌଜନ୍ୟମୂଳକ ଥିଲା ବୋଲି ସୂଚନା ମିଳିଛି ।

ସାକ୍ଷାତ ଆଲୋଚନା ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏହି ଫିଲ୍ମ ବ୍ୟକ୍ତିତ୍ୱମାନେ ଏକାଠି ଫଟୋ ପାଇଁ ପୋଜ୍‌ ଦେଇଥିଲେ। ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଥିବା ରଣବୀର୍‌ ସିଂହଙ୍କ ସେଲଫିରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଆୟୁଷ୍ମାନ୍‌ ଖୁରାନା, ରଣବୀର୍‌ କପୁର, ରାଜ୍‌ କୁମାର ରାଓ, ସିଦ୍ଧାର୍ଥ ମଲହୋତ୍ରା, ଭିକି କୌଶଲ୍‌, ବରୁନ୍‌ ଧଓ୍ଵନ, ଅଭିନେତ୍ରୀ ଭୂମି ପେଡେନେକର ଓ ଆଲିଆ ଭଟ୍ଟଙ୍କ ସହ ନିର୍ମାତା ଏକ୍‌ତା କପୁର୍‌ କରନ୍ ଜୋହର ଓ ରୋହିତ୍‌ ସେଟ୍ଟିଙ୍କୁ ଦେଖିବାକୁ ମିଳିଛି।

Get real time updates directly on you device, subscribe now.

Comments
Loading...