News World Odisha
Current News Updates

ରାହୁଲ @୪୬

0 47

ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ୍‌ ଶୁକ୍ରବାର ୪୬ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୭୩ ଜାନୁୟାରୀ ୧୧ରେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରୁ ସେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ। ୧୯୯୬ରେ ଶ୍ରୀଲଙ୍କା  ବିପକ୍ଷରେ ସେ ସିଙ୍ଗର କପ୍‌ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ। ତାଙ୍କର ଖେଳୁଆଡ୍ ମନୋବୃତ୍ତି ଯୋଗୁ ପ୍ରଶଂସକ ତାଙ୍କୁ ମିଷ୍ଟର ଡିପେଣ୍ଡେବୁଲ ଭାବେ ଅଭିହିତ କରୁଥିଲେ।  ୨୦୦୩ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍ ଠାରେ ୨୩୩ ରନ୍‌ କରିଥିବା ବେଳେ ୨୦୦୪ରେ ପାକିସ୍ତାନ ବିପକ୍ଷରେ ରାୱଲପିଣ୍ଡିରେ ୨୭୦ ରନ୍‌ କରିଥିଲେ। ଏହି ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ମାରତ ବିଜୟ ଲାଭ କରିଥିଲା। ସେ ୧୬୪ ଟେଷ୍ଟ ମ୍ୟାଚ୍‌ ଖେଳି ୧୩,୨୮୮ ରନ୍‌ କରିଛନ୍ତି। ସେଥି ମଧ୍ୟରେ ୩୬ଟି ଶତକ ୬୩ ଅର୍ଦ୍ଧ ଶତକ ରହିଛି। ସେହିପରି ୩୪୪ ଏକଦିବସୀୟ ମ୍ୟାଚ୍‌ ଖେଳି ୧୦,୮୮୯ ରନ୍‌ କରିଛନ୍ତି। ସେଥିମଧ୍ୟରେ ୧୨ ଶତକ ଏବଂ ୮୩ ଅର୍ଦ୍ଧ ଶତକ ରହିଛି। କ୍ରିକେଟ ଖେଳ ପରି ତାଙ୍କ ଲଭ୍‌ ଲାଇଫ୍‌ ମଧ୍ୟ ବେଶ୍ ନିଆରା। ପିଲାଦିନ ସାଥୀ ବିଜେତା ପେନ୍ଧାରକର ଶେଷରେ ପାଲଟି ଥିଲେ ରାହୁଲଙ୍କ ଜୀବନସାଥୀ। ସେମାନଙ୍କର ବିବାହ ୨୦୦୩ରେ ହୋଇଥିଲା।

Get real time updates directly on you device, subscribe now.

Comments
Loading...