News World Odisha
Current News Updates

ଆଜିଠୁ BJP ଜାତୀୟ ପରିଷଦ ବୈଠକ

0 71

Get real time updates directly on you device, subscribe now.

ଆଜିଠାରୁ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ । ଦିଲ୍ଲୀ ରାମଲୀଳା ମଇଦାନରେ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ବସୁଛି । ଦଳର ୧୨ ହଜାରରୁ ଅଧିକ ପ୍ରମୁଖ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ୱୋଧନ କରିବେ । ୨୦୧୯ ନିର୍ବାଚନ ପାଇଁ ବିଜୟର ମନ୍ତ୍ର ଫୁଙ୍କିବେ ମୋଦି । ବିଜେପିର ଏହି ରାଷ୍ଟ୍ରୀୟ ପରିଷଦ ବୈଠକ ଦୁଇ ଦିନ ଧରି ଚାଲିବ । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ଦଳ କିପରି ଭାବରେ ଭଲ ପ୍ରଦର୍ଶନ କରିବ ତାହା ଉପରେ ବିଶେଷ ଭାବରେ ଆଲୋଚନା ହେବ ବୋଲି ଜଣାପଡିଛି । ୨୦୧୯ରେ ମୋଦି ଓ ଶାହାଙ୍କ ନେତୃତ୍ୱରେ ଦଳ କିପରି ବିଜୟ ହେବ ସେନେଇ ବିସ୍ତୃତ ଭାବରେ ଆଲୋଚନା ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments
Loading...