News World Odisha
Current News Updates

ପରାଜୟ ଭୟରେ ଦୁଆର ଖୋଲିଦେଲେ !

0 1,747

Get real time updates directly on you device, subscribe now.

ବିଜେପିର ସଙ୍କଟ ମୋଚନ ଅଭିଯାନ । ପୁରୁଣା ସହଯୋଗୀଙ୍କୁ ଫେରାଇବାକୁ ପ୍ରାଣମୂର୍ଚ୍ଛା ପ୍ରୟାସ । ଧିରେଧିରେ ମୋଦି ଫେସ ଫିକା ପଡ଼ୁଥିବାରୁ ଏଥର କ୍ଷମତାକୁ ନଆସିବାର ଆଶଙ୍କା ଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବାଜପେୟୀଙ୍କୁ ଆୟୁଧ କରିଛି ବିଜେପି । କ୍ଷମତା ପାଇଁ ମୋଦି ବାଜପେୟୀଙ୍କ ସହଯୋଗୀଙ୍କୁ ଲୋଡ଼ିଛନ୍ତି  । ଅଟଳଙ୍କ ସହଯୋଗୀଙ୍କୁ ଘରକୁ ଫେରିବା ପାଇଁ ମୋଦି ନିବେଦନ କରିଛନ୍ତି । ନିର୍ବାଚନୀ ବୈତରଣୀ ପାର ହେବା ଲାଗି ସଙ୍କଟ ବେଳରେ ବାଜପେୟୀଙ୍କ ପୁରୁଣା ସହଯୋଗୀଙ୍କୁ  ଖୋଜି ସେମାନଙ୍କ ପାଇଁ ବିଜେପି ଦ୍ୱାର ସବୁବେଳେ ଖୋଲା ବୋଲି କହିଛନ୍ତି ମୋଦି। ହେଲେ ସେପଟେ ବିଜେପି ଅଧ୍ୟକ୍ଷ ଅମିତ ଶାହ କହୁଛନ୍ତି ଆମର କାହାରି ସାହାଯ୍ୟ ଦରକାର ନାହିଁ  । ମୋଦି ଶାହାଙ୍କ କଥାରୁ ଲାଗୁଛି ବିଜେପି ହାରିବା ଭୟରେ ନିଷ୍ପତ୍ତି ନେଇପାରୁନି ।

ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ଚିତ୍‌ପଟାଙ୍ଗ ମାରିବା ପରେ ବିଜେପିକୁ ଘାରିଛି ଚିନ୍ତା । ୨୦୧୯ରେ କ୍ଷମତା ବଜାୟ ରଖିବା ପାଇଁ ଦଳ ଆରମ୍ଭ କରିଛି ପ୍ରୟାସ । ଏକାକୀ ଲଢି ଦଳ କ୍ଷମତାକୁ  ଆସିବାର ସାହସ ଜୁଟାଇ ପାରୁନଥିବାରୁ ପଲିଟିକ୍ସକୁ ବାଜପେୟୀଙ୍କୁ ଟାଣିଛି ଆଉ ଅଟଳଙ୍କ ସଫଳ ମେଣ୍ଟ ରାଜନୀତିକୁ ଆପଣାଇବା ପାଇଁ ମୋଦି ଚିନ୍ତା କରିଛନ୍ତି । ତେଣୁ ସମଭାବାପନ୍ନ ଦଳ ପାଇଁ ବିଜେପି ଦ୍ୱାରା ଖୋଲା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମୋଦିଙ୍କ ଆହ୍ୱାନ ପରେ ଜୋର ଧରିଛି ରାଜନୀତି । ମୋଦି ବିଜେ଼ଡି ସହ ମେଣ୍ଟ କରିବାର ଚର୍ଚ୍ଚା ହେଉଥିବା ବେଳେ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତା ବଜାୟ ରଖୁଛି ବୋଲି ସ୍ପଷ୍ଟ କରିଛନ୍ତି  । ପରାଜୟ ଭୟରେ ମୋଦି ଏପରି କହିଥିବା କଂଗ୍ରେସ କହିଛି  । ସେପଟେ କେବଳ ତାମିଲନାଡ଼ୁ ଉଦ୍ଦେଶ୍ୟରେ ମୋଦି ଏପରି କହିଥିବା ବିଜେପି ସଫେଇ ଦେଇଛି  । ସେ ଯାହାବି ହେଉନା କାହିଁକି ୨୦୧୪ ଅପେକ୍ଷା ୨୦୧୯ରେ ମୋଦି ହାୱା କମୁଥିବାରୁ ମୋଦିଙ୍କ ମୁହଁରେ ଚମକ ହଜିଯାଉଛି  ।

Get real time updates directly on you device, subscribe now.

Comments
Loading...