News World Odisha
Current News Updates

ପ୍ରଧାନମନ୍ତ୍ରୀ ଆଣୁଛନ୍ତି ‘ପଶ୍ଚିମ ଓଡ଼ିଶା’ ପ୍ୟାକେଜ୍

0 1,360

Get real time updates directly on you device, subscribe now.

() ଆସନ୍ତା ୧୫ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ତେବେ ପୂର୍ବଥର ପରି ଏଥର ବି ମୋଦି ବିକାଶର ବସ୍ତା ନେଇ ଆସୁଥିବା ବିଜେପି କର୍ମୀ କହିଛନ୍ତି  । ପଶ୍ଚିମ ଓଡ଼ିଶାର ବିକାଶ ଲାଗି ୧ ହଜାର ୫୫୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମୋଦି ଉଦ୍‌ଘାଟନ କରିବେ । ବରଗଡ଼, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଫୁଲବାଣୀ, ବଲାଙ୍ଗିରରେ ପୋଷ୍ଟ ଅଫିସ୍‌ ପାସପୋର୍ଟ ସେବା କେନ୍ଦ୍ରର ଉଦ୍‌ଘାଟନ କରିବେ ମୋଦି । ଏବେ ରାଜ୍ୟର ୧୩ଟି ଜିଲ୍ଲାରେ ପାସପୋର୍ଟ ସେବାକେନ୍ଦ୍ର ରହିଛି । ସେହିଭଳି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୋଦି ସୋନପୁରରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୧୫ ଦଶମିକ ୮ କୋଟି ଟଙ୍କାରେ ଏହି ବିଦ୍ୟାଳୟ ନିର୍ମିତ ହେବ ।

ଏହା ସହ ୬ଟି ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ବଲାଙ୍ଗିର-ବିଛୁପାଲ୍ଲୀ ରେଳ ଲାଇନର ଲୋକାର୍ପଣ ସହ ପ୍ରଥମ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ କରାଯିବ । ଝାରସୁଗୁଡ଼ାରୁ-ବିଜୟନଗରମ୍‌, ସମ୍ବଲପୁର-ଅନୁଗୁଳ ରେଳଲାଇନ ବିଦ୍ୟୁତୀକରଣ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ ମୋଦି । ବରପାଲି-ଡୁଙ୍ଗୁରୁପାଲି, ବଲାଙ୍ଗିର-ଦେବଗାଁ ରେଳ ଲାଇନର ଦୋହରୀକରଣ, ଥେରୁବାଲି-ସିଙ୍ଗାପୁର ମଧ୍ୟରେ ବ୍ରିଜ୍‌ର ଲୋକାର୍ପଣ, ବଲାଙ୍ଗିର ଚଉଷଠି ଯୋଗିନୀ ମନ୍ଦିରକୁ ମଧ୍ୟ ମୋଦି ଉଦ୍‌ଘାଟନ କରିବେ । ଏହାସହ ବଲାଙ୍ଗିର-ବୌଦ୍ଧର କିଛି ମନ୍ଦିରର ପୁନରୁଦ୍ଧାର, କଳାହାଣ୍ଡିର ଅସୁରଗଡ଼ ପୋର୍ଟର ପୁନରୁଦ୍ଧାର ଓ ଝାରସୁଗୁଡ଼ା ଷ୍ଟେସନରେ ମଲ୍‌ଟି ମୋଡାଲ ଲଜିଷ୍ଟିକ୍‌ ପାର୍କର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି  । ତେବେ ପ୍ରତିଥର ବିକାଶର ବାକ୍ସ ଖୋଲି ମୋଦି ପାଟି ଚୁପ ରଖୁଥିବା ବେଳେ ଏଥର ସବୁଥର ପରି ଚୁପ ରହିବେ ନା ଗର୍ଜିବେ ଦେଖିବାକୁ ରହିଲା  ।

Get real time updates directly on you device, subscribe now.

Comments
Loading...