News World Odisha
Current News Updates

ବିଜେଡିକୁ ନା କଲେ ନବ: କଂଗ୍ରେସରେ ଅଛି, କଂଗ୍ରେସରୁ ଲଢ଼ିବି…

0 781

ନବ ଦାସ ବିଜେଡିକୁ ଯିବା ନେଇ ଚର୍ଚ୍ଚା ପ୍ରସଙ୍ଗ । ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ଝାରସୁଗୁଡ଼ା ବିଧାୟକ ନବ ଦାସ । ସେ କୁଆଡ଼େ ଯାଉ ନଥିବା ସ୍ପଷ୍ଟ କରିଛନ୍ତି । ‘୨୦୧୯ରେ କଂଗ୍ରେସରୁ ହିଁ ଲଢ଼ିବି, ଅନ୍ୟ ଦଳକୁ ଯିବାର ନାହିଁ । କଂଗ୍ରେସ ସହିତ ରହିଛି, ଆଗକୁ ରହିବି । ହାତ ଚିହ୍ନରେ ୧୯ ନିର୍ବାଚନ ଲଢ଼ିବି । ବିଜେଡି ଯିବା ନେଇ ଖାଲି ଚର୍ଚ୍ଚା ହେଉଛି । ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ । ବିଜେଡି ଯାଇନାହିଁ, ଗଲେ ଜଣାଇବି’ ବୋଲି ଆଜି ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି ନବ ଦାସ ।

ତେବେ ନୂଆବର୍ଷରେ ନବ ନୂଆପ୍ଲାନ କରୁଥିବା ଚର୍ଚ୍ଚା ହେଉଥିଲା । ନୂଆବର୍ଷରେ ନବ କଂଗ୍ରେସ କ୍ୟାମ୍ପ ଛାଡ଼ି ବିଜେଡିରେ ଯୋଗ ଦେବାକୁ କଥା ଉଡ଼ୁଥିଲା । ତେବେ ବିଗତ କିଛି ଦିନ ହେବ ନବଙ୍କ ବ୍ୟବହାର, ଆଚରଣ ବିଜେଡିରେ ମିଶୁଥିବାର ସଙ୍କେତ ଦେଉଥିଲା । ଝାରସୁଗୁଡ଼ାରେ ନବୀନଙ୍କ ସହ ନବ ଦାସ ଓ ତାଙ୍କ ଫ୍ୟାମିଲି ଫଟୋ ଉଠାଇବା ଚର୍ଚ୍ଚାକୁ ଆହୁରି ଫର୍ଚ୍ଚା କରିଥିଲା । ପୁଣି କର୍ମୀ ସମ୍ମିଳନୀରେ ନବଙ୍କ ‘ମୁଁ ଯୁଆଡ଼େ ଯିବି, ଆପଣମାନେ ଯିବେ ତ’ କଥା ଚର୍ଚ୍ଚାକୁ ଖୁରାକ ଯୋଗାଇଥିଲା 

ଶଙ୍ଖ ଫୁଙ୍କିବା ନେଇ ହଙ୍କହଙ୍କ ହେଉଥିବା ନବ ହଠାତ କଣ ପାଇଁ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଲେ । ନବଙ୍କ ସମର୍ଥକ କଂଗ୍ରେସ ଛାଡ଼ି ବିଜେଡି ଯିବାକୁ ମନା କଲେ ନା ବିଜେଡି ଶିବିରରୁ ନବଙ୍କୁ ସବୁଜ ସଂକେତ ମିଳିଲାନି ? ତାକୁ ନେଇ ଉଠିଛି ପ୍ରଶ୍ନ   

Get real time updates directly on you device, subscribe now.

Comments
Loading...