News World Odisha
Current News Updates

ପାପ ପଛରେ ପ୍ରେମ: ସିମରନଙ୍କୁ ମାରିଛି କିଏ ?

0 1,544

ସେଲଫି ବେବୋ ସିମରନଙ୍କ ସନ୍ଦେହଜନକ ମୃତ୍ୟୁକୁ ସପ୍ତାହେ ବିତିଥିବା ବେଳେ ଏଯାଏଁ ମୃତ୍ୟୁ ଉପରୁ ପରଦା ହଟିପାରୁନି । ଦିନକୁ ଦିନ ମୃତ୍ୟୁ ରହସ୍ୟମୟ ହେଉଛି । ଆଉ ଏବେ ପୁଣି ଏକ ଅଭିଯୋଗ ରହସ୍ୟକୁ ଅଧିକ ରହସ୍ୟମୟ କରୁଛି । ସିମରନଙ୍କୁ ତାଙ୍କ ସ୍ବାମୀ ନୁହେଁ ବରଂ ତାଙ୍କୁ ପ୍ରେମ କରୁଥିବା କିଛି ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ସିମରନଙ୍କ ସହ ସମ୍ପର୍କରେ ଥିବା ଟିଟଲାଗଡ଼ର ଆଲବମ କଳାକାର ଈଶ୍ବର ଦୁଣ୍ଡି ସିମରନଙ୍କୁ ହତ୍ୟା କରିଥିବା ସିମରନଙ୍କ ମାଆ ଅଭିଯୋଗ କରିଛନ୍ତି  ଈଶ୍ବର ସିମରନଙ୍କୁ ଏକତରଫା ପ୍ରେମ କରୁଥିଲେ ଆଉ ବିବାହ କରିନପାରିବାରୁ ତାଙ୍କୁ ହତ୍ୟା କରିଥିବା ସିମରନଙ୍କ ମାଆ ଅଭିଯୋଗ କରିଛନ୍ତି  । ତେବେ ମାଆଙ୍କର ଏ ସଙ୍ଗୀନ ଅଭିଯୋଗ ପରେ ସସପେନ୍ସ ଶହେଗୁଣ ବଢ଼ିଛି  । ସିମରନ ମାଆଙ୍କର ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଈଶ୍ବର  । ସେ ସିମରନଙ୍କ ସହ ମାତ୍ର ୨ଟି ଆଲବମ କରିଛନ୍ତି ଆଉ ,ସେଇଠି ତାଙ୍କ ସହ ମିଲାମିଶା ବୋଲି ଈଶ୍ବର କହିଛନ୍ତି 

ସେପଟେ ସିମରନଙ୍କ ମୃତ୍ୟୁ ପରେ ପୋଲିସ ସ୍କାନରରେ ଥିବା ବୟଫ୍ରେଣ୍ଡ ତଥା ସିମରନଙ୍କ ସ୍ବାମୀ ୟୁଗ ସୁନାକୁ ଗିରଫ କରିଛି ପୋଲିସ୍  । ୟୁଗ ଗିରଫ ପରେ ଏବେ ମାଆଙ୍କ ସଙ୍ଗୀନ ଅଭିଯୋଗ ମୃତ୍ୟୁକୁ ନୂଆମୋଡ଼ ଦେଇଛି  ତେବେ ଯଦି ସିମରନଙ୍କୁ ତାଙ୍କ ସ୍ବାମୀ ମାରିନାହାନ୍ତି କି ସେ ମହାନଦୀ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରି ନାହାନ୍ତି ତେବେ ସିମରନ ମଲେ କେମିତି ? ତାଙ୍କୁ ମାରିଲା କିଏ ? ଏ ପ୍ରଶ୍ନ ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି 

Get real time updates directly on you device, subscribe now.

Comments
Loading...