News World Odisha
Current News Updates

କଣ୍ଟାବୁଦାରୁ ଉଦ୍ଧାର ହେଲା ମୃତଦେହ

0 1,174

Get real time updates directly on you device, subscribe now.

କୋରିଅର ବୟକୁ ହତ୍ୟା । ରାତିରେ କୋରିଅର ଡେଲିଭର କରି ଘରକୁ ଫେରିବା ବେଳେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଆଉ ହତ୍ୟା ପରେ ଯୁବକଙ୍କୁ କଣ୍ଟାବୁଦାକୁ ଫିଙ୍ଗି ପଳାଇଛନ୍ତି ଦୁର୍ବୃତ୍ତ । ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ହିଲ୍‌ଟାଉନ୍‌ ୭ ନମ୍ବର ଲେନ୍‌ରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି ।

ସୂଚନା ଅନୁସାରେ ଭବାନୀପାଟଣାର ଅର୍କାବାହାଲିପଡ଼ାର ଅଜୟ ସୁନାନୀ ଏକ ଘରୋଇ କୋରିଅର ସଂସ୍ଥାରେ କାମ କରୁଥିଲେ । ଫ୍ଲିପ୍‌କାର୍ଟରେ କୋରିଅର ବୟ ଭାବେ କାର୍ଯ୍ୟରତ ଅଜୟ ଗତକାଲି ରାତିରେ ଶେଷ କୋରିଅର ଦେଇ ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କାରଯାଉଛି। ତେବେ କେଉଁ କାରଣରୁ ଅଜୟଙ୍କୁ ହତ୍ୟା କରାଯାଇଛି ସ୍ପଷ୍ଟ ହୋଇନଥିବା ବେଳେ ସଦର ଓ ଟାଉନ ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରୁଛି  ।

Get real time updates directly on you device, subscribe now.

Comments
Loading...