News World Odisha
Current News Updates

ଶ୍ୱଶୁର ବୋହୁଙ୍କ ନୂଆ ପ୍ରୋଜେକ୍ଟ

0 229

Get real time updates directly on you device, subscribe now.

 

ପୁଣି ବଡ ପରଦାରେ ଜଲୱା ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । କେବଳ ସେତିକି ନୁହେଁ ଦୀର୍ଘ ୧୧ ବର୍ଷ ପରେ ଏକାଠି ନଜର ଆସିବେ ଏ ଦୁହେଁ ତେବେ ଶେଷଥର ପାଇଁ ୨୦୦୮ରେ ରାମ ଗୋପାଲ ବର୍ମାଙ୍କ ସରକାର ରାଜରେ ଏମାନେ ଏକାଠି ଅଭିନୟ କରିଥିଲେ। ଏହାପରେ ଏମାନଙ୍କୁ ଆଉ ଏକାଠି ଦେଖିବାକୁ ମିଳି ନ ଥିଲା। ମଣିରତ୍ନମ୍‌ଙ୍କ ଆଗାମୀ ପ୍ରୋଜେକ୍ଟରେ ଏମାନେ କାମ କରିବେ ବୋଲି ସୂଚନା ମିଳିଛି । ଏଥିପାଇଁ ଐଶ୍ୱର୍ଯ୍ୟା ତାରିଖ ଘୋଷଣା କରିଥିବା ବେଳେ ଅମିତାଭ ଏନେଇ କିଛି ସ୍ପଷ୍ଟ କରିନାହାଁନ୍ତି ବାହୁବଳୀଭଳି ଏହି ପ୍ରୋଜେକ୍ଟକୁ ଖୁବ୍‌ ବଳିଷ୍ଠ ଭାବେ ଦର୍ଶକଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ମାତା ଲକ୍ଷ୍ୟ ରଖିଛନ୍ତି। ଏହା ଏକ ଐତିହାସିକ ଡ୍ରାମା ଫିଲ୍ମ ହୋଇଥିବା ବେଳେ ବହୁ ଭାଷାରେ ଏହାର ନିର୍ମାଣ କରାଯିବ। କେବଳ ସେତିକି ନୁହେଁ ଏହାକୁ କେତୋଟି ଭାଗ ମଧ୍ୟ କରାଯାଇପାରେ ବୋଲି କୁହାଯାଉଛି। ଆଗାମୀ ଦିନେ ୨ ଦିନ ମଧ୍ୟରେ ଅର୍ଥାତ୍‌ ୧୪ ତାରିଖ ସୁଦ୍ଧା ପ୍ରୋଜେକ୍ଟର ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି। 

Get real time updates directly on you device, subscribe now.

Comments
Loading...