News World Odisha
Current News Updates

ଶୀତଦିନେ କୋଲ୍ଡକ୍ରିମ୍ ବ୍ୟବହାର କରୁଛନ୍ତି କି ? ରୁହନ୍ତୁ ସତର୍କ…

0 156

Get real time updates directly on you device, subscribe now.

ଶୀତ ଦିନେ ଅଧିକାଂଶ ସମୟ ଆମ ତ୍ୱତା ଶୁଶ୍କ ରହିଥାଏ । ସେହି ଶୁଶ୍କତାରୁ ରକ୍ଷ ପାଇବା ପାଇଁ ଆମେ ବ୍ୟବହାର କରିଥାଉ ବିଭିନ୍ନ ପ୍ରକାରର କୋଲ୍ଡ କ୍ରମ୍ । ଶୀତଦିନେ  ବିନା  କୋଲ୍ଡ କ୍ରିମ୍‌ ଅବା କସମେଟିକ୍ସରେ କେହି ବାହାରକୁ ବାହାରିବା ଲାଗି ପ୍ରାୟ ପସନ୍ଦ କରି ନ ଥାନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା ଅନେକଙ୍କୁ ଜଣା ନଥାଏ। ଆମେ ବ୍ୟବହର କରୁଥିବା ବିଭିନ୍ନ କସମେଟିକ୍ସ ତଥା ଲୋଶନରେ କ୍ଷତିିକାରକ ରାସାୟନିକ ପଦାର୍ଥ  ମିଶି ଥାଏ । ଅଧିକାଂଶ ମହିଳା ବୟସ ଲୁଚାଇବା ପାଇଁ ଆଣ୍ଟି ଏଜିଂ କ୍ରିମ୍‌ କିମ୍ବା ଏହି ପ୍ରକାରର ଅନ୍ୟ କିଛି ବ୍ୟବହାର କରିଥାନ୍ତି । ସୁନ୍ଦରଦେଖା ହେବାକୁ ଯାଇ ଅଜାଣତରେ ଅନେକ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ବସନ୍ତି । ଏସବୁ କସମେଟିିିକ୍ସରେ ଥିବା ରାସାୟନିକ ପଦାର୍ଥ ପ୍ରଭାବ ଯୋଗୁଁ ହୋଇଥାଏ।

ଆଣ୍ଟି ଏଜିଂ କ୍ରିମ୍‌ରେ ରହିଛି ରେଟିନାଲ୍‌ ନାମକ କେମିକାଲ୍‌। ଗର୍ଭବତୀ ମହିଳାମାନେ ରେଟିନାଲ୍‌ଯୁକ୍ତ  ପ୍ରଡକ୍ଟର ବ୍ୟବହାରଠାରୁ ନିଜକୁ ଦୂରେଇ ରଖିବା ଜରୁରୀ। ରେଟିନାଲ୍‌ଯୁକ୍ତ କ୍ରିମ୍‌ ବ୍ୟବହାର କରିବା ଦ୍ୱାରା ତ୍ୱଚା ସୂର୍ଯ୍ୟକିରଣ ପ୍ରତି ସମ୍ବେଦନଶୀଳ ହୋଇଯାଏ। ଫଳରେ ସାରାଜୀବନ ସନସ୍କ୍ରିନ୍‌ ଲୋଶନ ବ୍ୟବହାର କରିବାକୁ ପଡିଥାଏ । ତେଣୁ ଯେଉଁ କ୍ରିମ୍‌ରେ ହାଇଡ୍ରୋକୁଇନାନ୍‌ ରାସାୟନିକ ପଦାର୍ଥ ରହିଛି ତାହା ବ୍ୟବହାର କରିବା ଅନୁଚିତ । ଏହା କ୍ୟାନସର କାରକ ହୋଇଥାଏ। ଏହି ରାସାୟନ ଓକ୍ରୋନୋସିସ୍‌ ନାମକ ତ୍ୱଚା ରୋଗର କାରଣ ମଧ୍ୟ ପାଲଟିଥାଏ। ଏହି ରୋଗରେ ତ୍ୱଚା ବିକୃତ ହୋଇଯାଇଥାଏ । ଶରୀରକୁ ପରିଷ୍କାର କରିବା ପାଇଁ ବ୍ୟବହାର କରାଯାଉଥିବା କ୍ଲିନଜର୍ସରେ ଅଧିକ ମାତ୍ରାରେ ମିନେରାଲ୍‌ ଅଏଲ୍‌ ଥାଏ । ଏହା ତ୍ୱଚାର ଲୋମକୂପକୁ ବନ୍ଦ କରିଦିଏ। ତେଣୁ ପ୍ରସାଧନ ସାମଗ୍ରୀ ବ୍ୟବହାର ସମୟରେ ସତର୍କ ରହିବା ଆବଶ୍ୟକ।

Get real time updates directly on you device, subscribe now.

Comments
Loading...