News World Odisha
Current News Updates

ସାବଧାନ ! ବୁଲୁଛନ୍ତି ଟାୱାର ଦଲାଲ…

0 21

ଆପଣଙ୍କ ଜମିରେ ଲାଗିପାରିବ ମୋବାଇଲ ଟାୱାର । କମ୍ପାନୀ ସହ ଚୁକ୍ତି ହେଲା ପରେ ମିଳିବ ଲକ୍ଷାଧିକ ଟଙ୍କା । ତା’ସହ ଦୁଇ ଜଣଙ୍କୁ ଚାକିରୀ । ଏଭଳି ବମ୍ଫର ଅଫରକୁ କିଏ ବା ହାତ ଛଡା କରିବ । ରାତି ଅଧିଆ ଲକ୍ଷପତି ହେବାକୁ ଯଦି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ରିପୋର୍ଟ ନିଶ୍ଚୟ ପଢ଼ନ୍ତୁ ।

ଆପଣଙ୍କ ଜମିରେ ଲାଗିବ ଏୟାରଟେଲର ୫ଜି ଟାୱାର । ୧୦ ବର୍ଷର ଚୁକ୍ତି କଲେ ମିଳିବ ୮ ଲକ୍ଷ ଟଙ୍କା । ୨୦ ବର୍ଷର ଚୁକ୍ତି ହେଲେ ପାଇବେ ୧୮ ଲକ୍ଷ । କେବଳ ଏତିକି ନୁହେଁ ଜମି ମାଲିକଙ୍କ ପରିବାରରୁ ଦୁଇ ଜଣଙ୍କୁ ମିଳିବ ଚାକିରୀ । ଜଣେ ଟୱାର ଅପରେଟର ତ ଆଉ ଜଣେ ସିକ୍ୟୁରିଟି ଗାର୍ଡ ଚାକିରୀ ତବି ପାଇବେ । ଟାୱାର ଅପରେଟରଙ୍କ ଦରମା ୨୫ ହଜାର ଟଙ୍କା ଓ ସିକ୍ୟୁରିଟି ଗାର୍ଡଙ୍କୁ ମିଳିବ ୧୫ରୁ ୧୭ ହଜାର ଟଙ୍କା । ଯଦି ବିଶ୍ୱାସ ହେଉନାହିଁ ତେବେ ଏହି ଅଡିଓକୁ ଗୁରୁତ୍ୱର ସହ ଶୁଣନ୍ତୁ ।

ଦଲାଲ-ଆପଣଙ୍କୁ ଏଗ୍ରିମେଣ୍ଟ କରିବାକୁ ହେବ । ୧୦ ବର୍ଷ କିମ୍ବା ୨୦ ବର୍ଷ ଏଗ୍ରିମେଣ୍ଟ କରିବାକୁ ପଡିବ । ଯଦି ୧୦ ବର୍ଷ କରିବେ ତାହାଲେ କମ୍ପାନୀ ଦେବ ୮ ଲକ୍ଷ ଟଙ୍କା । ୨୦ ବର୍ଷ ହେଲେ ୧୮ ଲକ୍ଷ ମିଳିବ । ଜମି ଭଡା ବାବଦକୁ ପ୍ରତି ମାସରେ ୨୫ ହଜାର ଟଙ୍କା ମିଳିବ । ଦୁଇ ଜଣଙ୍କୁ ଜବ ମିଳିବ ।
ଅନୁଜ(ପ୍ରତିନିଧି)-ଦୁଇ ଜଣଙ୍କୁ ?
ଦଲାଲ-ଜଣେ ଟାୱାର ଅପରେଟର ଓ ଜଣେ ସିକ୍ୟୁରିଟି ଗାର୍ଡ ଚାକିରି ପାଇବେ । ଟାୱାର ଅପରେଟରଙ୍କ ଦରମା ୨୫ ହଜାର ଟଙ୍କା ଓ ସିକ୍ୟୁରିଟି ଗାର୍ଡଙ୍କୁ ମିଳିବ ୧୫ରୁ ୧୭ ହଜାର ଟଙ୍କା ।
ଅନୁଜ(ପ୍ରତିନିଧି)-ଆପଣଙ୍କର କେଉଁ ସଂସ୍ଥା ?
ଦଲାଲ-ଏୟାରଟେଲର ୫ଜି ଟାୱାର ସଂସ୍ଥା
ଅନୁଜ(ପ୍ରତିନିଧି)-କେଉଁ ଯୋଜନାରେ କରୁଛନ୍ତି ?
ଦଲାଲ- ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଯୋଜନାରେ ଏହି ବ୍ୟବସ୍ଥା କରାଯାଉଛି

ଭୁବନେଶ୍ୱରର ରତ୍ନାକରଙ୍କୁ ପ୍ରଥମେ ଏଭଳି ଏକ ଫୋନ କଲ ଆସିଥିଲା । ଜମିର କାଗଜପତ୍ର ପଠାଇବାକୁ ସଂସ୍ଥାର ଦଲାଲ କହିଥିଲେ । ଏଥିରେ ବିଶ୍ୱାସ କରିନଥିଲେ ରତ୍ନାକର । ସାଇବର ଏକ୍ସପର୍ଟଙ୍କ କହିବା କଥା ମୋବାଇଲ ଟାୱାର ଲଗାଇବା ପାଇଁ କୌଣସି ସଂସ୍ଥାରୁ ଫୋନ କଲ ଆସେନି । ଏଭଳି କଲ ଆସିଲେ କୌଣସି କାଗଜ ପତ୍ର ନଦେବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ପ୍ରଥମେ ଜମିର କାଗଜ ପତ୍ର ମାଗନ୍ତି ଏଭଳି ସଂସ୍ଥା ଏହାପରେ ରେଜିଷ୍ଟ୍ରେସନ ଫି ବାବଦକୁ ଟଙ୍କା ମାଗନ୍ତି । ଯଦି ଆପଣଙ୍କୁ ବି ଏଭଳି କେହି ଯୋଗାଯୋଗ କରୁଛନ୍ତି ଓ ମିଛ ପ୍ରତିଶୃତି ଦେଉଛନ୍ତି ତେବେ ସଜାଗ ହୋଇଯାନ୍ତୁ । ନହେଲେ ଆପଣବି ହୋଇପାରନ୍ତି ଠକାମିର ଶିକାର

Get real time updates directly on you device, subscribe now.

Comments
Loading...