News World Odisha
Current News Updates

ଭାରତ ଆଗରେ ୨୮୯ ଟାର୍ଗେଟ

0 45

ସିଡନୀରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୮୮ ରନ କରିଛି । ଫଳରେ ଭାରତ ଆଗରେ ୨୮୯ ରନର ଟାର୍ଗେଟ ରହିଛି । ତେବେ ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ଏହି ରନ ସଂଗ୍ରହ କରିଛି ।

ପ୍ରଥମରୁ ଅଧିନାୟକ ଫିଞ୍ଚଙ୍କ ୱିକେଟ ହରାଇ ଖରାପ ସ୍ଥିତିରେ ଥିବା ଅଷ୍ଟ୍ରେଲିଆ ଶେଷରେ ୫୦ ଓଭର ଖେଳି ୨୮୮ ରନ କରିପାରିଛି । ଅଷ୍ଟ୍ରେଲିଆ ପକ୍ଷରୁ ପିଟର ହ୍ୟାଣ୍ଡ୍ସକୋମ୍ୱ ସର୍ବାଧିକ ୭୩ ରନ କରିଛନ୍ତି ।

ତେବେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ କୁଳଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ।

 

Get real time updates directly on you device, subscribe now.

Comments
Loading...